Latest Odisha News

BREAKING NEWS

କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍ ରଦ୍ଦ, ଫିକା ପଡିଲା ବ୍ୟବସାୟୀଙ୍କ ଆଶା

ନୂଆଦିଲ୍ଲୀ : ଭାରତରେ ଅଣାୟତ ହେଲାଣି କରୋନା ମହାମାରୀ । ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ହୋମ ଷ୍ଟେ, ହଟ, କଟେଜ, ହୋଟେଲ, ରେଷ୍ଟୁରାଣ୍ଟ ସହ ଜଡିତ ସମସ୍ତ ବୁକିଂ କ୍ୟାନ୍ସଲ ହେବାରେ ଲାଗିଛି । ଗଲା ଗୋଟିଏ ସପ୍ତାହରେ କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନ ସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍ କ୍ୟାନସେଲ୍ କରାଯାଇଛି । ଗଢ଼ଵାଲ ମଣ୍ଡଳ ବିକାଶ ନିଗମକୁ ଗତ ଗୋଟିଏ ସପ୍ତାହରେ ମିଳିଥିଲା ୩ କୋଟି ବୁକିଂ ମଧ୍ୟରୁ ୮ ଲକ୍ଷ ବୁକିଂ ରଦ୍ଦ କରିସାରିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ବ୍ୟବସାୟୀ । 

ଏହିଭଳି ସ୍ଥିତି ରହିଲେ ଆଗାମୀ ଦିନରେ ଅନ୍ୟସବୁ ବୁକିଂ ମଧ୍ୟ ରଦ୍ଦ ହେବାର ସମ୍ଭାବନା ଅଛି ବୋଲି କହିଛନ୍ତି ଗୌରୀକୁଣ୍ଡ ବ୍ୟବସାୟ ସଂଘର ଅଧ୍ୟକ୍ଷ । ଯାହା ବ୍ୟବସାୟୀମାନଙ୍କ ପାଇଁ ଶୁଭ ନୁହେଁ ବୋଲି ସେ କହିଛନ୍ତି । କେଦାରଘାଟି, ତୁଙ୍ଗନାଥ ଘାଟି ଓ ମଦ୍ଦେଶ୍ୱରୀ ଘାଟିରେ ହୋମ ଷ୍ଟେ ସଞ୍ଚାଳକର ପ୍ରାୟ ୨ ଲକ୍ଷ ବୁକିଂ ମଧ୍ୟ ରଦ୍ଦ ହୋଇଛି । ରଦ୍ଦ ହୋଇଥିବା ବୁକିଂରେ ମେ’ ୧୭ ରୁ ୨୫ ତାରିଖ ମଧ୍ୟରେ ୫୦୦ ରୁମ, କଟେଜ ଓ ଧ୍ୟାନ ଗୁମ୍ଫା ବୁକିଂ ସାମିଲ ଅଛି । ଏହାସହ ପ୍ରତିଦିନ କାର୍ଯ୍ୟାଳୟକୁ ୧୫ ରୁ ୨୦ ମେଲ ମଧ୍ୟ ଆସୁଛି ଯେଉଁଥିରେ ବୁକିଂ ଆଗକୁ ବଢାଇବାକୁ କୁହାଯାଉଛି । ଯେଉଁମାନେ ବୁକିଂ ରଦ୍ଦ କରିଛନ୍ତି ସେମାନଙ୍କର ପୁଣି ବୁକିଂ କରିବା ମୁସକିଲ ।

ମେ’୧୪ ତାରିଖ ଯମୁନେତ୍ରୀ ଧାମ ଓ ୧୫ ତାରିଖରେ ଗଙ୍ଗୋତ୍ରୀ ଧାମ କବାଟ ଖୋଲିବା ସହ ଚାରଧାମ ଯାତ୍ରା ଶୁଭାରମ୍ଭ ହେବ । ମେ’ ୧୭ରେ କେଦାରନାଥ ଓ ୧୮ ତାରିଖରେ ବଦ୍ରୀନାଥ ଧାମ ଯାତ୍ରା ଆରମ୍ଭ ହେବ । ବୁକିଂ କ୍ୟାନ୍ସଲ ଯୋଗୁ ଲୋକଙ୍କ ସହ ଏଥର ଭଲ ବ୍ୟବସାୟ ଆଶା ରଖିଥିବା ବ୍ୟବସାୟୀଙ୍କ ଆଶା ମୌଳି ଯାଇଛି । 

Leave A Reply

Your email address will not be published.