Latest Odisha News

BREAKING NEWS

ଜି .ଉଦୟଗିରି ଏନଏସିରେ ବିଜେଡି ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର ଅଧ୍ୟକ୍ଷା ଭାବେ ନିର୍ବାଚିତ

ଜି .ଉଦୟଗିରି ଏନଏସିରେ ସ୍ୱାଧୀନ ଦ୍ୱିତୀୟ ଓ ବିଜେପି ତୃତୀୟ ସ୍ଥାନରେ

କନ୍ଧମାଳ : ଜି .ଉଦୟଗିରିରେ ବାଜି ମାରିନେଲା ବିଜେଡି । ଜି ଉଦୟଗିରି ଏନଏସିରେ ବିଜେଡି ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।ସ୍ୱାଧିନ ଦ୍ୱିତୀୟ ସ୍ଥାନ ଓ ବିଜେପି ତୃତୀୟ ସ୍ଥାନ ଅଧିକାର କରିଛି । ଜି ଉଦୟଗିରି ଏନଏସିରେ ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର  ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ସ୍ୱାଧୀନ ପ୍ରାର୍ଥୀନୀ ମିତାରାଣୀ ପାତ୍ରଙ୍କୁ ୩୨୦ ଖଣ୍ଡ ଭୋଟରେ ପରାଜିତ କରି ବିଜୟ ହାସଲ କରିଛନ୍ତି ।

ଭାନୁପ୍ରଭା ୧୯୮୪ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ସ୍ୱାଧୀନ ପ୍ରତିଦ୍ୱନ୍ଦି ମିତାରାଣୀ ପାତ୍ର ୧୬୬୪ ଖଣ୍ଡ ଭୋଟ ପାଇଛନ୍ତି । ଭାରତୀୟ ଜନତା ପାର୍ଟି ପ୍ରାର୍ଥୀନୀ ସୁସ୍ମିତା ଜେନା ୧୧୯୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ସମୁଦାୟ ୧୩ଟି ୱାର୍ଡରୁ ବିଜୁ ଜନତା ଦଳ ୭ଟି ଆସନରେ ବିଜୟୀ ହୋଇଥିବା ବେଳେ ଭାଜପା ୪ଟି ଆସନରେ , କଂଗ୍ରେସ ଗୋଟିଏ ଆସନରେ ଓ ସ୍ୱାଧିନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

ବିଜୟୀ ହେବା ପରେ ନୂତନ ଅଧ୍ୟକ୍ଷା ମିତାରାଣୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏ ହେଉଛି ଜନତାଙ୍କ ରାୟ ବୋଲି ମିତାରାଣୀ କହିଛନ୍ତି । ତାଙ୍କୁ ଯେଉଁ ଦାୟିତ୍ୱ ମିଳିଛି ତାହା ନିଷ୍ଠାର ସହ ପାଳନ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.