Latest Odisha News

BREAKING NEWS

ବିବେକଙ୍କ ବିରୋଧରେ ରୁଜୁ ହେଲା ମାମଲା

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ସେ ଭୋପାଳୀର ମାନେ ସମଲିଙ୍ଗୀ ବୋଲି ବିବାଦୀୟ ବୟାନ ଦେଇଥିଲେ । ୨୭ ବର୍ଷୀୟ ରୋହିତ ପାଣ୍ଡେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ଏ ନେଇ ମାମଲା ରୁଜୁ କରିଥିଲେ । ଏକ ସାକ୍ଷାତକାରରେ ବିବେକ ଭୋପାଳରେ ବଢ଼ିଥିଲେ ମଧ୍ୟ ମୁଁ ନିଜକୁ କେବେ ହେଲେ ଭୋପାଳୀ କହି ନାହେଁ । ଏହାକୁ ସାଧାରଣ ଲୋକେ ନୱାବୀ ଶୌକ କିମ୍ବା ସମଲିଙ୍ଗୀ ବୋଲି ଭାବିଥାନ୍ତି ।

ସୂଚନାଯୋଗ୍ୟ, ଦି କଶ୍ମୀର ଫାଇଲ୍ସ ଫିଲ୍ମ ପରେ ବିବେକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ସେ ମଧ୍ୟପ୍ରଦେଶରେ ଏକ ଜେନୋସାଇଡ ମ୍ୟୁଜିୟମ କରିବେ ବୋଲି ଘୋଷଣା କରିଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ସହଯୋଗ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.