Latest Odisha News

BREAKING NEWS

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ୨୪ରେ ନିର୍ବାଚନ, ୨୬ରେ ଗଣତି

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ପୌର ନିର୍ବାଚନ ପାଇଁ ବିଦ୍ଧିବଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଆସନ୍ତା ୨ ରୁ ୭ ତାରିଖ ମଧ୍ୟରେ ହେବ ନାମାଙ୍କନ ଦାଖଲ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ୍ ହେବ । ୧୦ ତାରିଖ ଦିନ ଯୋଗ୍ୟ ପ୍ରାର୍ଥୀଙ୍କ ନା ପ୍ରକାଶ ପାଇବ ।୨୪ ତାରିଖରେ ହେବ ପୌର ନିର୍ବାଚନ । ଏବଂ ୨୬ ତାରିଖରେ ଭୋଗ ଗଣତି ହେବ ।ଏନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୯ ତାରିଖ ଦିନ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା କରାଯିବ । ୩୧ ତାରିଖ ଦିନ ଡେପୁଟି ମେୟର ନିର୍ବାଚନ ପାଇଁ ବୈଠକ ବସିବ । ଏପ୍ରିଲ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ । ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଶାନ୍ତିଶୃଙ୍ଖଳାର ସହ ଭୋଟ୍ ସାରିବାକୁ ନିର୍ବାଚନ କମିଶନର ଗୁରୁତ୍ଵ ଦେଇଛନ୍ତି। ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗରରେ ନିର୍ବାଚନ ହେବ।  ନିର୍ବାଚନ କାର୍ଯ୍ୟରେ ଯୋଗଦେବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଇଭିଏମ୍‌ର ପ୍ରଶିକ୍ଷଣ ଦିଆଯାଇଛି।

Comments are closed, but trackbacks and pingbacks are open.