Latest Odisha News

BREAKING NEWS

ବିନା ଭକ୍ତରେ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: ଏଥର ବିନା ଭକ୍ତରେ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । କୋଭିଡ ଗାଇଡଲାଇନ୍ ଅନୁସାରେ ପୁଜାରୀ ଓ ସହଯୋଗୀଙ୍କୁ ନେଇ ମା’ଙ୍କ ଛତର ନିର୍ଦ୍ଧାରିତ ସମୟରେ ମନ୍ଦିରରେ ପହଂଚିବ । ଏଥିସହ ପଶୁବଳି ମଧ୍ୟ ପଡିବ ନାହିଁ । ଛତର ଯାତ୍ରା ଦିନ ପୁରା ଭବାନୀପାଟଣା ସହରକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯିବ । ଏନେଇ କଳହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅକ୍ଟୋବର ୨୪ରେ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ତେବେ ଏହାପୂର୍ବରୁ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ କରୋନା କଟକଣା ଓ ହାଇକୋର୍ଟରେ ଜାରି ହୋଇଥିବା ପଶୁ ବଳି କଟକଣା ଯୋଗୁଁ ଚଳିତବର୍ଷ ବିନା ଭକ୍ତରେ ଛତର ଯାତ୍ରା କରିବାକୁ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.