Latest Odisha News

BREAKING NEWS

ଡିସିପିଙ୍କୁ ଜଣାଅ ମୂର୍ତ୍ତିର ଉଚ୍ଚତା: ହାଇକୋର୍ଟ

କଟକ: କଟକରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂଜା କମିଟି ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତ୍ୟେକ କମିଟି ସେମାନେ କରିଥିବା ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ । ଏହାପରେ ପୋଲିସ ନିଜେ ବୁଲି ପୂଜା କମିଟିର ମୂର୍ତିର ସ୍ଥିତି ଦେଖିବେ । ଯେଉଁ କମିଟି ଯେତିକି ଉଚତାର ମୂର୍ତି ତିଆରି କରିଥିବେ ବର୍ତମାନ ପାଇଁ ତାହା ରହିବ ।

ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚା ୪ ଫୁଟ ରହିବା ସହିତ ପୂଜା ମଣ୍ଡପର ୩ ପାଶ୍ୱର୍ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଗାଇଡଲାଇନ୍ ଜାରି କରିଥିଲେ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିଭିନ୍ନ ପୂଜା କମିଟି ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ଚ୍ୟାଲେଂଜ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ ବହୁ ପୂଜା କମିଟି ।

Leave A Reply

Your email address will not be published.