Latest Odisha News

ମଣ୍ଡି ସମସ୍ୟାକୁ ନେଇ ବିଜେଡି ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ମଣ୍ଡି ସମସ୍ୟାକୁ ନେଇ ପୁଣି ବିଜେଡିକୁ ଟାଗଟେ କଲା ବିଜେପି । ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଧାନକିଣାବିକା ବେଳେ ଲକ୍ଷ ଲକ୍ଷ ଚାଷୀ ଲୁଟର ଶିକାର ହେଉଛନ୍ତି । ହେଲେ ବିଜେଡି ଅରୁଆ ଉଷୁନା ଚାଉଳ କଥା କହି ଲୋକଙ୍କୁ ଭୁଆଁ ବୁଲଉଛି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ।

ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରତି ଦରଦ କି ସମ୍ବେଦନ ନାହିଁ । ବିଜେଡି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନୀରେ ମାତିଛି । ଚାଷୀ କେମିତି ଧାନ କିଣିବେ ଓ ବିକିବେ ତା ଉପରେ ବିଜେଡି କିଛି ଗୁରୁତ୍ୱ ଦେଉନାହିଁ ବୋଲି ବିଜେପି ସାମ୍ବିଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ପୂର୍ବରୁ ବିଭାଗୀୟ ମନ୍ତ୍ରୀ ମାନେ କହୁଥିଲେ ଏମଏସପିରୁ ଟଙ୍କାଟିଏ କମ ହେଲେମିଲରମାନେ ଧାନ କିଣି ପାରିବେ ନାହିଁ ।

ହେଲେ ମିଲର ମାନେ ୧୫ରୁ ୨୦ କେଜି ଯାଏଁ କଟନି ଛଟନି କରୁଛନ୍ତି ।ଏହା ଦୁର୍ଭାଗ୍ୟ ଜନକ ବୋଲି ବିଜେପି କହିଛି ।ଦୀର୍ଘ ୨୨ ବର୍ଷ ଶାସନ ଭିତରେ ଚାଷୀ ମଣ୍ଡିରେ ଧାନ ସୁରକ୍ଷିତ ରଖିବା ପାଇଁ ପିଣ୍ଡି ତିଆରି କରିନାହିନ୍ତି ରାଜ୍ୟ ସରକାର । ହେଲେ ଏଥର ଖରିଫ ଋତୁରେ ୬୦ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

କଟନି ଛଟନୀ ମାଧ୍.ମରେ ପ୍ରାୟ ୫ଶହ କ୍ୱିଣ୍ଟାଲ ଧାନ ଲୁଟ କରିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ବୋଲି ବିଜେପି କହିଛି । ଏହି ଟଙ୍କା ସବୁ ବିଜେଡିର ନିର୍ବାଚନୀ ପାଣ୍ଠିକୁ ଯିବ ବୋଲି ବିଜେପି କହିଛି । ବିଜୁ ଜନତା ଦଳ ଚାଷୀଙ୍କ ପାଇଁ ବଳ ନୁହେଁ କାଳ ବୋଲି ବିଜେପି କହିଛି ।

Comments are closed, but trackbacks and pingbacks are open.