Latest Odisha News

BREAKING NEWS

କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୭ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । କେସିଙ୍ଗାରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୭ ଜଣ ଗୁରୁତର ହୋଇଛନ୍ତି ।

କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୧୭ର ତୁର୍ଲାଖମନ ଠାରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଟିତକେଲାଠାରୁ ପିପଲପଦରକୁ ବରଯାତ୍ରୀ ଯାଇ ବୋଲେରୋରେ ଫେରୁଥିବା ବେଳେ ଏକ ଧାନ ବୋଝେଇ ଟ୍ରକ ସହ ବୋଲେରୋ ପିଟି ହୋଇଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ।

୭ ଗୁରୁତରଙ୍କୁ ଉଦ୍ଧାର କରାଯାଇ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭବାନୀପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଗୁରୁତର ଆହତ ଏକ ଶିଶୁକୁ ବୁର୍ଲା ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମୃତକ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି।

ବୋଲେରୋରେ ସମୁଦାୟ ୧୧ ଜଣ ଲୋକ ଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି ।

Comments are closed, but trackbacks and pingbacks are open.