Latest Odisha News

BREAKING NEWS

ବିହାରରେ ଏକାଠି ନିର୍ବାଚନ ଲଢ଼ିବେ ବିଜେପି, ଜେଡିୟୁ ଓ ଏଲ୍‌ଜେପି

ନୂଆଦିଲ୍ଲୀ: ଆଗକୁ ଆସୁଛି ବିହାର ନିର୍ବାଚନ । ଏବେଠାରୁ ହିଁ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ସମସ୍ତ ରାଜନୈତିକ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି କସରତ । ଏହାରି ଭିତରେ ବିଜେପି କାର୍ଯ୍ୟକାରଣୀ ବୈଠକ ସରିଛି । ନୀତିଶଙ୍କ ନେତୃତ୍ୱରେ ବିଜେପି, ଜେଡିୟୁ ଓ ଏଲ୍‌ପେଜି ଏକାଠି ହୋଇ ବିହାରରେ ନିର୍ବାଚନ ଲଢ଼ିବେ । ଆଜି ଏନେଇ ଭର୍ଚୁଆଲ ବୈଠକରେ ସ୍ପଷ୍ଟ କରିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା । ଏହି ଘୋଷଣା ପରେ ଏନ୍‌ଡିଏରେ ଫାଟ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି ।

ନଡ୍ଡା କହିଛନ୍ତି, ଆମେ ମିଳିମିଶି ନିର୍ବାଚନ ଲଢ଼ିବୁ । ଏଥିସହ ବିରୋଧୀଙ୍କୁ କଟାକ୍ଷ କରି ନଡ୍ଡା କହିଛନ୍ତି, ବିହାର ତଥା ସାରା ଦେଶରେ ବିରୋଧୀ ଦଳ ସମ୍ପୂର୍ଣ୍ଣ ସମାପ୍ତ ହୋଇସାରିଛି । ବିରୋଧୀ କେବଳ ସୁଖିଲା ରାଜନୀତି କରୁଛି । ଛୋଟ ଛୋଟ ମିଟିଂ କରି ଡୋର୍‌-ଟୁ-ଡୋର ନିର୍ବାଚନ ପ୍ରଚାର କରିବାକୁ ଦଳୀୟ ସଦସ୍ୟଙ୍କୁ ନଡ୍ଡା ଅନୁରୋଧ କରିଛନ୍ତି ।

ଦେଶରେ ଏବେ ମହାମାରୀ କରୋନା ଭାଇରସ ଚାଲିଛି । ଏଥିପାଇଁ ଦଳର କର୍ଯ୍ୟକର୍ତ୍ତାଙ୍କୁ ସୋସିଆଲ ଡିଷ୍ଟାନ୍ସିଂ ପାଳନ କରିବା ସହ ସମସ୍ତ ପ୍ରକାରର କୋଭିଡ ନିୟମକୁ ମାନିବାକୁ ନଡ୍ଡା ପରାମର୍ଶ ଦେଇଛନ୍ତି । ଏଥିସହ ଆସନ୍ତା ୬ ତାରିଖରେ ସେ ବିହାର ଗସ୍ତ କରିବେ ବୋଲି ନଡ୍ଡା କହିଛନ୍ତି ।

Leave A Reply

Your email address will not be published.