Latest Odisha News

BREAKING NEWS

ଆଜି ରଜ ସଂକ୍ରାନ୍ତି: ପିଠା ମିଠାରେ ମହକୁଛି ଗାଁଠୁ ସହର, ଚାଲିଛି ଦୋଳି ଖେଳ

ଭୁବନେଶ୍ବର: ତିନି ଦିନିଆ ରଜ ପର୍ବର ଆଜି ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଚାରିଆଡେ ହର୍ସ ଉଲ୍ଲାସର ସହ ରଜ ପାଳୁଛନ୍ତି ରାଜ୍ୟବାସୀ । ପହିଲି ରଜ ପରି ଦ୍ବିତୀୟ ଦିନରେ ମଧ୍ୟ ପୋଡ ପିଠା ଓ ରଜ ପାନ ଖାଇ କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା ଲଗେଇ ସଜ ବାଜ ହୋଇ ସାଙ୍ଗସାଥିଙ୍କ ସହଚାଲିଛି ଦୋଳି ଖେଳ ।

ତେବେ ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା । ଏହି ଦିନ ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହୁଏ ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।

ଆଜି ମିଥୁନ ସଂକ୍ରାନ୍ତି । ଆଜି ଠାରୁ ମିଥୁନ ମାସ ଆରମ୍ଭ । ସଂକ୍ରାନ୍ତି ଅବସରରେ ସକାଳୁ ସକାଳୁ ଦେବା ଦେବୀଙ୍କ ପୀଠ ଦର୍ଶନ କରି ରଜର ଦ୍ବିତୀୟ ଦିନ ଆରମ୍ଭ କରିଛନ୍ତି ରାଜ୍ୟବାସୀ । ଦୋଳି ଖେଳ ସହ ରଜ ଗୀତରେ କମ୍ପୂଛି ପୂର ପଲ୍ଲୀ । ଘରେ ଘରେ ପିଠା, ମିଠାର ଜମୁଛି ଆସର । ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ।

Leave A Reply

Your email address will not be published.