Latest Odisha News

BREAKING NEWS

ପିଙ୍କ୍ ହ୍ଵାଟ୍ସଆପ୍ ପ୍ରତି ସାବଧାନ ! ଓଡ଼ିଶା ପୋଲିସ ପକ୍ଷରୁ ସଚେତନତା ଜାରି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆର କ୍ରେଜ୍ ଯେତିକି ବଢି ଚାଲିଛି ସେତିକି ସାଇବର ଅପରାଧ ମଧ୍ୟ ଘଟୁଛି। ଲୋକମାନେ ନିଜର ଦୈନନ୍ଦିନ ଜୀବନର ପ୍ରତ୍ୟେକଟି ମୁହୁର୍ତ୍ତକୁ ସୋସିଆଲ ମିଡିଆରେ ନିଜ ବନ୍ଧୁମାନଙ୍କ ସହ ସେୟାର କରନ୍ତି। ଆଉ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ। ସୋସିଆଲ ମିଡିଆରୁ ୟୁଜର୍ସଙ୍କ ଡାଟା ନେଇ ସାଇବର ଠକମାନେ ଲୁଟ୍ କରୁଛନ୍ତି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ଏତଲା ମଧ୍ୟ ଦେଉଛନ୍ତି। ଏଭଳି ଠକେଇରୁ ନିଜକୁ ଦୂରରେ ରଖିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଆଜିକାଲି ସାଇବର ଲୁଟେରା ମାନେ ପିଙ୍କ୍ ହ୍ଵାଟ୍ସଆପ୍ ନାମରେ ଏକ ବଡ଼ ସ୍କାମ୍ ଚଲାଇଛନ୍ତି। ଓରିଜିନାଲ ହ୍ୱାଟ୍‌ସଆପ୍‌ଠାରୁ ଏଥିରେ ଅଧିକ ଏବଂ ଭଲ ଫିଚର୍ସ ରହିଛି ବୋଲି କହି ମାର୍କେଟିଂ କରୁଛନ୍ତି ସାଇବର ଠକ। ଏମିତିକି ପିଙ୍କ୍‌ ହ୍ୱାଟ୍‌ସଆପ୍‌ ବ୍ୟବହାର ପାଇଁ ଲୋକଙ୍କ ହ୍ଵାଟ୍ସଆପ୍‌କୁ ଏକ ଲିଙ୍କ୍ କିମ୍ବା ମେସେଜ୍‌ ଆସୁଛି। ଆଉ ଏହି ହ୍ଵାଟ୍ସଆପ୍ ମେସେଜ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ପିଙ୍କ୍‌ ହ୍ଵାଟ୍ସଆପ୍ ଡାଉନ୍‌ଲୋଡ୍‌ କରିବା ପରେ ୟୁଜର୍ସଙ୍କ ମୋବାଇଲ ହାକ୍‌ ହେଉଛି।

ଓଡିଶା ପୋଲିସ ଜାରି କରିଥିବା ସୂଚନା ଅନୁସାରେ, ପିଙ୍କ୍ ହ୍ଵାଟ୍ସଆପ୍ ହେଉଛି ସାଇବର ଠକଙ୍କ ଏକ ନୂତନ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ଵାଟ୍ସଆପ୍ ଅପଡେଟ୍ କରିବାକୁ କିଛି ଲିଙ୍କ୍ ଆସୁଛି ଭୁଲରେ ବି ସେହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। କ୍ଲିକ୍ କରିବା ମାତ୍ରେ ଆପଣଙ୍କ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି ବୋଲି ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟର ଜରିଆରେ ସଚେତନ ଜାରି କରାଯାଇଛି।

Leave A Reply

Your email address will not be published.