Latest Odisha News

BREAKING NEWS

ଏମିତି ଏକ ରହସ୍ୟମୟ ସ୍ଥାନ; ଯେଉଁଠିକୁ ଯିବାକୁ ଡରନ୍ତି ବୈଜ୍ଞାନିକ

ଆପଣ ଜାଣିଛନ୍ତି କି ପୃଥିବୀରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଆପଣ ମାଇଲ୍ ମାଇଲ୍ ପର୍ଯ୍ୟନ୍ତ କୌଣସି ମଣିଷ, ପ୍ରାଣୀ କିମ୍ବା ଉଦ୍ଭିଦ ପାଇବେ ନାହିଁ? ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ରହିଛି । ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି ନାହିଁ । ଏହିପରି ଗୋଟିଏ ସ୍ଥାନ ହେଉଛି ପଏଣ୍ଟ ନିମୋ । ଯାହା ପ୍ରଶାନ୍ତ ମହାସାଗର ଚତୁର୍ଦ୍ଦିଗକୁ ଘେରି ରହିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏପର୍ଯ୍ୟନ୍ତ ଏଠାରେ ପହଞ୍ଚି ପାରି ନାହାଁନ୍ତି ଖୋଦ୍ ବୈଜ୍ଞାନିକମାନେ ।

ମାନବ ଜନସଂଖ୍ୟା ଠାରୁ ହଜାରେ କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥାନରେ ପହଞ୍ଚିବା ସହଜ ନୁହେଁ।ପୃଥିବୀର ଏହି ରହସ୍ୟମୟ ସ୍ଥାନ ଚାରିପାଖରେ ରହିଛି କେବଳ ଶୂନଶାନ ସ୍ଥିତି । କ୍ରୋଏସିଆ ସର୍ଭେ ଇଞ୍ଜିନିୟର ହର୍ଭୋଜ ଲୁକାଟେଲା ପ୍ରଥମେ ୧୯୯୨ ରେ ଏହାର ନାମ ଦେଇଥିଲେ । ଏହା ପରେ ସେ ବିଭିନ୍ନ କ୍ଷେତ୍ରରୁ ସୂଚନା ବ୍ୟବହାର କରି ଏହାର ଆବିଷ୍କାର କରିଥିଲେ । ଏହି ସ୍ଥାନରେ ନା ଅଛି ମଣିଷ ଆଉ ନା ଅଛି କୌଣସି ଉଦ୍ଭିଦ । ଏଠାରେ ସ୍ପେସ୍ ର ଖରାପ ଉପଗ୍ରହକୁ ଛାଡି ଦିଆଯାଇଛି । ସାଟେଲାଇଟ୍‌ର ଇନ୍ଧନ ପକାଇବା ପାଇଁ ଏବଂ ସାଟେଲାଇଟ୍‌ର ଜଙ୍କ ସଂଗ୍ରହ ପାଇଁ ଏହି ସ୍ଥାନ ବ୍ୟବହୃତ ହୁଏ । ସାଟେଲାଇଟ୍‌ ଗୁଡିକର ଆବର୍ଜନା ଏହି ସ୍ଥାନରେ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ  ପଡ଼ିରହିଛି ।

ପଏଣ୍ଟ ନିମୋ, ସମୁଦ୍ର ମଧ୍ୟ ଭାଗରେ ଅବସ୍ଥିତ । ଏହାକୁ ସମୁଦ୍ରର କେନ୍ଦ୍ର ଭାବରେ ମଧ୍ୟ ବିବେଚନା କରାଯାଏ । ଏହି ସ୍ଥାନ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅବସ୍ଥିତ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ଥାନ ଉପରେ କୌଣସି ଦେଶର ଅଧିକାର ନାହିଁ। ଏହି ଦ୍ୱୀପଠାରୁ ୨୭୦୦ କିଲୋମିଟର ଦୂରରେ କିଛି ଶୁଖିଲା ଜମି ରହିଛି । ବିଶ୍ୱାସ କରାଯାଏ ଯେ ଏହା ହେଉଛି ଦୁନିଆର ସବୁଠାରୁ ଶୂନଶାନ  ସ୍ଥାନ, କାରଣ ଏଠାରେ କୌଣସି ପ୍ରାଣୀ କିମ୍ବା ଉଦ୍ଭିଦ ଦେଖାଯାଏନାହିଁ । ୧୯୯୭ ରେ, ବୈଜ୍ଞାନିକମାନେ ପଏଣ୍ଟ ନିମୋର ପୂର୍ବପଟରୁ ଏକ ରହସ୍ୟମୟ ଶବ୍ଦ ଶୁଣିଥିଲେ । ପ୍ରାୟ ଦୁଇ ହଜାର କିଲୋମିଟର ଦୂରରୁ ଏହା ଶୁଣାଯାଇଥିଲା ଯାହା ବୈଜ୍ଞାନିକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଥିଲା । ବୈଜ୍ଞାନିକଙ୍କ କହିବା ଅନୁସାରେ ପଏଣ୍ଟ ନିମୋରେ ଥିବା କିଛି ପଥର ବୋଧହୁଏ ଖସିବା ସହ ଭାଙ୍ଗିଯାଇଥିଲା । ଫଳରେ ସହି ଶବ୍ଦ ଖୁବ୍‌ ଜୋରରେ ହେବା ସହିତ ଅନେକ ଦୂର ଯାଏ ଶୁଣାଯାଇଥିଲା ।

Leave A Reply

Your email address will not be published.