Latest Odisha News

BREAKING NEWS

ମେଡିକାଲ ଅକ୍ସିଜେନ୍ ପରିବହନ ବେଳେ ସୁରକ୍ଷା ଯୋଗାଇବ ଓଡ଼ିଶା ପୋଲିସ

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଂକଟ ଦେଖା ଦେଇଛି । ଅକ୍ସିଜେନ୍ ପରିଚାଳନା ଓ ଅନ୍ୟ ରାଜ୍ୟକୁ ଯୋଗାଣ ନେଇ ନିକଟରେ ଦିଲ୍ଲୀ ହାଇକୋର୍ଟ ଓଡ଼ିଶାକୁ ପ୍ରଶଂସା କରିଥିଲେ । ଏବେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ ଅକ୍ସିଜେନ୍ ପରିବହନ ପାଇଁ ପୋଲିସ ଅଣ୍ଟା ଭିଡ଼ିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ।

ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ ଓ ଶୀଘ୍ର ଅକ୍ସିଜେନ୍ ଯୋଗାଣ ଲାଗି ଏଡିଜି ଆଇନ୍ ଶୃଙ୍ଖଳା ସହଯୋଗ କରିବେ । ଏଥିସହ ଜିଲ୍ଲା ଏସପି ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରିବେ । ସ୍ୱତନ୍ତ୍ର କରିଡରରେ ଅକ୍ସିଜେନ ନେବା ଲାଗି ପୋଲିସ ଏସକର୍ଟ ଯୋଗାଇ ଦିଆଯିବ ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି ।

ନିହାତି ମେଡିକାଲ ଅକ୍ସିଜେନ୍ ଆବଶ୍ୟକ କରୁଥିବା ରାଜ୍ୟକୁ ଅମ୍ଳଜାନ ପରିବହନ ପାଇଁ ଓଡ଼ିଶା ପୋଲିସ ପ୍ରତିବଦ୍ଧ ବୋଲି ଡିଜିପି କହିଛନ୍ତି ।

Leave A Reply

Your email address will not be published.