Latest Odisha News

BREAKING NEWS

ହାଜତ ମୃତ୍ୟୁ ମାମଲା: ୪ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଭୁବନେଶ୍ୱର: ଏକ ହାଜତ ମୃତ୍ୟୁ ମାମଲାରେ ପୁଲିସ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି | ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ପୋଲିସ୍ ହେପାଜତ ମୃତ୍ୟୁ ଘଟଣାରେ ଏହି ୪ ପୋଲିସ୍‌ ଅଧିକାରୀଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରିଛି । ୨୦୧୭ ମସିହାରେ  କୋରାପୁଟ ଜିଲ୍ଲା ଜୟପୁର ଥାନାରେ ପୋଲିସ୍ ହେପାଜତ ମୃତ୍ୟୁ ଘଟଣାରେ ଏହି ହତ୍ୟା ମାମଲା ରୁଜୁ ହୋଇଛି।

ଜୟପୁର ଟାଉନଥାନାର ପୂର୍ବତନ IIC ତପନ ରଥ, ପୂର୍ବତନ ସବ୍ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ପୂର୍ବତନ ସବ୍ଇନ୍ସପେକ୍ଟର ରାଜେଶ ବଳିୟାର ସିଂ,ତତ୍କାଳୀନ SDPO ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାଁରେ ମାମଲା ରୁଜୁ ହୋଇଛି । କ୍ରାଇମ୍‌ବ୍ରାଞ୍ଚ ASP ରାମଚନ୍ଦ୍ର ଥମ୍ବ ଘଟଣାର ତଦନ୍ତ କରିବେ ।

Comments are closed.