Latest Odisha News

BREAKING NEWS

ମମିତା ପ୍ରସଙ୍ଗରେ ହୁଲସ୍ତୁଲ ହେବ ବିଧାନସଭା

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଏଥର କମ୍ପିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ । ବିଶଷ କରି ମମିତା ମେହେର ହତ୍ୟା ମାମଲାରେ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ସରକାରଙ୍କୁ ଘେରିବାକୁ ଉଭୟ ବିଜେପି ଓ କଂଗ୍ରେସ ରଣନୀତି କରିଛନ୍ତି ।

ବିଜେପି ମମିତା ହତ୍ୟା ମାମଲା ସହ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା, ଧାନମଣ୍ଡିରେ ଅବ୍ୟବସ୍ଥା, ଆବାସ ଯୋଜନା ଦୁର୍ନୀତି ସହ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ବିଧାନସଭରେ ଉଠାଇ ସରକାରଙ୍କୁ ଜବାବ ମାଗିବାକୁ ରଣନୀତି କରିଛି ।

ସେହିପରି କଂଗ୍ରେସ ବି ଗୃହରେ ଉଠାଇବ ମମିତା ପ୍ରସଙ୍ଗ । ଏହି ମାମଲାରେ ସରକାରଙ୍କୁ ଅଡୁଆରେ ପକାଇବା ସହ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ, ଶିକ୍ଷା, ଧାନମଣ୍ଡି ଅବ୍ୟବସ୍ଥା ଆଜି ପ୍ରସଙ୍ଗ ଉଠାଇବ ବୋଲି ବିଧାୟକ ଦଳ ବୈଠକରେ ରଣନୀତି କରିଛି ।

ଅନ୍ୟପଟେ ବିଜେଡି ବିଧାନସଭାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ । ଏଥିସହ ସ୍ୱାମୀନାଥନ କମିଟି ସୁପାରିଶ କାର୍ୟ୍ୟକାରୀ କରିବାକୁ ଦଳ ଦାବି କରିବ । ଦରଦାମ ବୃଦ୍ଧି, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି, କୋଇଲା ରୟାଲଟି ଓ ସାର ଅଭାବ ପ୍ରସଙ୍ଗ ଉଠାଇବ ବିଜେଡି । ତେଣୁ ଆରମ୍ଭରୁ ବିଧାନସଭାର ଶୀତ ଅଧିବେଶନ ସରଗରମ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.