ମୟୁରଭଂଜ: ମଦ ପିଇବା ପଡିଲା ମହଙ୍ଗା । ଶେଷରେ ନିଲମ୍ବିତ ହେଲେ ମାତାଲ ପୋଲିସ ବାବୁ । ମଦ ପିଇ ରାସ୍ତାରେ ଗଡୁଥିବା ପୋଲିସ ବାବୁଙ୍କୁ ଏସ୍ପି ନିଲମ୍ବିତ କରିଛନ୍ତି । ଏପରି ଘଟଣା ଘଟିିଛି ମୟୁରଭଂଜ ଜିଲ୍ଲା ବେତନଟୀ ଅଂଚଳରେ ।
ସୂଚନାଯୋଗ୍ୟ ଯେ, ମୟୁରଭଂଜ ଜିଲ୍ଲା ବେତନଟୀର ଥାନା ଏସ୍ଆଇ ସଚ୍ଚିଦାନନ୍ଦ କିଶାନ ବୁଧବାର ଥାନା ଛକ ନିକଟ ଏକ ଦୋକାନ ଆଗରେ ମଦ ପିଇ ମାତାଲ ଅବସ୍ଥାରେ ଗଡୁଥିଲେ । ଏନେଇ ଲୋକେ ପ୍ରତିବାଦ କରିବା ସହ ଏସ୍ଆଇଙ୍କ ଭିଡଓ ମଧ୍ୟ ଉତ୍ତୋଳନ କରି ଏସ୍ପିଙ୍କୁ ଖବର ଦେଇଥିଲେ । ପରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଏସ୍ପି, ସଚ୍ଚିଦାନନ୍ଦ କିଷାନଙ୍କୁ ନିଲମ୍ବନ କରିଛନ୍ତି । ଏନେଇ ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
BREAKING NEWS
- ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅର୍ଣ୍ଣବ’, ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା
- କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ
- ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨୧ ଟ୍ରେନ୍ ବାତିଲ୍ କଲା ECoR
- ୧୯ ବର୍ଷରୁ କମ ମହିଳା କ୍ରିକେଟ: ବିସିସିଆଇ ନିକଟରେ ଅଭିଯୋଗ କଲା ଝାରଖଣ୍ଡ
- ଭାଷାକୁ ବର୍ଣ୍ଣାଶୁଦ୍ଧିରୁ ମୁକ୍ତ କରିବା ପାଇଁ ଡିସେମ୍ବର ୧୪ ‘ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ’ ଘୋଷଣା
- ସିଆଇଡି ସ୍ରଷ୍ଟା ବି.ପି. ସିଂହଙ୍କ ପରଲୋକ, ଶ୍ରଦ୍ଧାଂଜଳି ଜଣାଇଲେ ତାରକା

Comments are closed.