Latest Odisha News

BREAKING NEWS

ନୂଆବର୍ଷରୁ ମିଳିବ ଚାଉଳ ସାଙ୍ଗକୁ ଗହମ

ଭୁବନେଶ୍ବର: ନୂଆବର୍ଷ ଠାରୁ ହିତାଧିକାରୀଙ୍କୁ ଚାଉଳ ସାଙ୍ଗକୁ ଗହମ ମିଳିବ । ଅର୍ଥାତ୍ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଚାଉଳ ସହ ଗହମ ପାଇବେ ରାସନ ହିତାଧିକାରୀ । ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏନେଇଚ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଗହମ ରାଜ୍ୟକୁ ଆସିଛି, ହେଲେ ସରକାରୀ ସ୍ତରରେ କାମ ବାକି ଥିବାରୁ ଲୋକଙ୍କ ପାଖକୁ ଯିବାରେ ଆଉ ୨ ମାସ ବିଳମ୍ବ ହେବ । କେଉଁ ଜିଲ୍ଲାକୁ କେତେ ଗହମ ମିଳିବ ସେନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏହାର ତଥ୍ୟ ବିଭାଗକୁ ଦେବେ । ଏହାପରେ ସେହି ହିସାବରେ ଡିଲରମାନଙ୍କୁ ଗହମ ପ୍ରଦାନ କରାଯିବ । ଆସନ୍ତା ଜାନୁୟାରୀ ଠାରୁ ହିତାଧିକାରୀଙ୍କୁ ଚାଉଳ ସାଙ୍ଗରେ ଗହମ ମିଳିବ ।

ଏଥିସହିତ ଇକେଓ୍ବାଇସି ନେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାସନରେ ଇକେଓ୍ବାଇସି ୮୫ ପ୍ରତିଶତ ପୂରଣ ହୋଇଛି । ସଂପୂର୍ଣ୍ଣ ହେବା ପାଇଁ ଆହୁରି ୧୫ ଦିନ ସମୟ ଲାଗିବ । ଇକେଓ୍ବାଇସି ଭରିବା ପରେ ଏବେ ସୁଦ୍ଧା ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ମିଳିସାରିଲେଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.