ଭୁବନେଶ୍ୱର : ୨୦୧୯-୨୦ ଆର୍ଥୀକ ବର୍ଷ ବଜେଟରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ସର୍ବାଧିକ ୫୯୯୩ କୋଟି ଟଙ୍କାର ରେଳ ଅନୁଦାନ ପ୍ରଦାନ କରାଯାଇଛି ।
ଅନ୍ତରୀଣ ବଜେଟରେ ପ୍ରାୟ ୫,୯୪୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା । ସୂଚନାଯୋଗ୍ୟ, ଗତବର୍ଷ ଏହି ବଜେଟ୍ ୫୨୫୨ କୋଟି ଟଙ୍କାରେ ସୀମିତ ରହିଥିଲା।
ରେଳ ବଜେଟରେ ଓଡିଶାକୁ କେଉଁ ପ୍ରକଳ୍ପ ଲାଗି କେତେ ଅନୁଦାନ ମିଳିଲା:-
- ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଲାଗି ୩୫୦ କୋଟି
- ଅନୁଗୁଳ-ସୁକିନ୍ଦା ରେଳ ଲାଇନ ଲାଗି ୨୫୦ କୋଟି
- ହରିଦାସପୁର-ପାରାଦ୍ୱୀପ ରେଳ ଲାଇନ ଲାଗି ୪୦୦ କୋଟି
- ତାଳଚେର-ବିମଳାଗଡ଼ ରେଳ ଲାଇନ ଲାଗି ୧୫୦ କୋଟି
- ଜୟପୁର-ମାଲକାନଗିରି ରେଳ ଲାଇନ ଲାଗି ୭୦ କୋଟି
- ଜୟପୁର-ନବରଙ୍ଗପୁର ରେଳ ଲାଇନ ଲାଗି ୧୦ କୋଟି
- କୋରାପୁଟ-ସିଙ୍ଗାପୁର ରୋଡ଼୍ ରେଳ ଲାଇନ ଲାଗି ୨୦୫ କୋଟି ଟଙ୍କା
- ସମ୍ବଲପୁର-ତାଳଚେର ଡବଲ ରେଳ ଲାଇନ ଲାଗି ୨୪୯ କୋଟି
- ସମ୍ବଲପୁର-ଟିଟିଲାଗଡ଼ ଡବଲ ରେଳ ଲାଇନ ଲାଗି ୧୭୦ କୋଟି
- ଭଦ୍ରକ-ନିର୍ଗୁଣ୍ଡି ୩ୟ ରେଳ ଲାଇନ ଲାଗି ୮୬ କୋଟି
- ବିଜୟନଗରମ୍-ସମ୍ବଲପୁର ୩ୟ ରେଳ ଲାଇନ ଲାଗି ୩୫୦ କୋଟି
- କଳାହାଣ୍ଡିରେ ଲୋକୋମୋଟିଭ୍ ୱାର୍କସପ୍ ଲାଗି ୧ କୋଟି ଟଙ୍କା ଅନୁମୋଦନ ହୋଇଛି ।
Comments are closed.