Latest Odisha News

BREAKING NEWS

ଇଦ୍ ମୁବାରକ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ପାଳନ କରାଯାଉଛି ପବିତ୍ର ଇଦ୍ ଉଲ୍ ଫିତର୍। ଏହି ଅବସରରେ ମୁସଲମାନ ଭାଇ ଭଉଣୀମାନଙ୍କୁ ଟ୍ୱିଟ୍ କରି ଇଦ୍ ମୁବାରକ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥି ସହ ସେ ଟ୍ୱିଟରେ ଲେଖିଛନ୍ତି ଯେ, ଇଦ୍ ଜୀବନରେ ଖୁସି, ଉତ୍ତମ ସ୍ବାସ୍ଥ୍ୟ, ଭଲ ପାଇବା ଭରିଦେବା ସହ ଶାନ୍ତି ବଜାୟ ରଖୁ।

 

ଅପରପକ୍ଷେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ଜନସାଧାରଣଙ୍କୁ ଇଦ୍ ମୁବାରକ ଜଣାଇଛନ୍ତି।

ତେବେ କରୋନା କଟକଣା ଜାରି ହୋଇଥିବାରୁ ମୁସଲମାନ ଭାଇଭଉଣୀମାନେ ଏଥର ଘରେ ରହି ଇଦ୍ ପାଳନ କରୁଥିବା ନଜର ଆସୁଛି। ଏମିତିକି ଯେଉଁ ଦିନ ମସଜିଦ ଆଗରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ କରୋନା ଯୋଗୁଁ ସବୁ ଖାଁ ଖାଁ ରହିଛି।

Leave A Reply

Your email address will not be published.