Latest Odisha News

BREAKING NEWS

ରାଜ୍ୟରେ ୧୨ ହଜାର ପାର୍ କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୫୨୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୦୧୨ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୫୧୧ଟି।

ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ-

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ ନୂଆ ଆକ୍ରାନ୍ତ ବାହାରିଛନ୍ତି । କଟକ ୧୦୮୪, ଅନୁଗୁଳ ୯୩୦, ସୁନ୍ଦରଗଡ଼ ୭୧୫, ପୁରୀ ୫୬୮, ମୟୂରଭଞ୍ଜ ୫୪୬, ବାଲେଶ୍ବର ୫୧୦, କଳାହାଣ୍ଡି ୪୯୧, ଯାଜପୁର ୪୧୯, ସମ୍ବଲପୁର ୪୦୦, ନବରଙ୍ଗପୁର ୩୮୩, ଝାରସୁଗୁଡ଼ା ୩୭୩, ଗଞ୍ଜାମ ୩୬୯, ବୌଦ୍ଧ ୩୬୫, ଜଗତସିଂହପୁର ୩୨୫, ରାୟଗଡ଼ା ୩୨୧, ନୟାଗଡ଼ ୩୧୫, ବରଗଡ଼ ୩୧୫, ବଲାଙ୍ଗିର ୨୯୬, କେନ୍ଦୁଝର ୨୩୨, ସୁବର୍ଣ୍ଣପୁର ୨୦୨, କେନ୍ଦ୍ରାପଡ଼ା ୧୯୫, ଭଦ୍ରକ ୧୭୭, ଢେଙ୍କାନାଳ ୧୩୨, ନୂଆପଡ଼ା ୧୨୯, ଦେବଗଡ଼ ୧୦୬, ଗଜପତି ୫୩, ମାଲକାନଗିରି ୭୩, କନ୍ଧମାଳରୁ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୫୬ ହଜାର ୫୦୧ ସଂକ୍ରମିତ । ଏବେ ରାଜ୍ୟରେ ୧,୦୯,୪୩୮ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.