Latest Odisha News

BREAKING NEWS

ଓଡ଼ିଶାରୁ ୧୯୪୮ କରୋନା ପଜିଟିଭ୍, ୧୦ ଜିଲ୍ଲାରେ ଦୁଇ ଅଙ୍କ ତଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ପାଖାପାଖି ରହୁଛି ଦୈନିକ କରୋନା ଆକ୍ରନ୍ତଙ୍କ ସଂଖ୍ୟା । ୭୦ହଜାରରୁ ଅଧିକ ଟେଷ୍ଟ ହେଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୯ଶହ ୪୮ ନୂଆ ଆକ୍ରାନ୍ତ । ଏହି ସମୟରେ ୭୯ହଜାର ୩୭୨ କୋଭିଡ୍ ଟେଷ୍ଟ ହୋଇଛି । କ୍ୱାରେଣ୍ଟାଇନରୁ ୧୧ଶହ ୨୦ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୨୮ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭୯, ଯାଜପୁରରୁ ୧୧୫,ଜଗତସିଂହପୁରରୁ ୧୧୩, କେନ୍ଦ୍ରାପଡ଼ାରୁ ବାହାରିଛନ୍ତି ୧୧୨ ପଜିଟିଭ୍ । ୨୫ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ସେଥିରୁ ୧୦ ଜିଲ୍ଲାରେ ୧୦ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରେ ପଜିଟିଭ ହାର ରହିଛି ୨.୪୫ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୬୧ହଜାର ୯୩୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୩୬ହଜାର ୯୫୦ ଆକ୍ରାନ୍ତ । ଏବେ ରାଜ୍ୟରେ ୧୯ହଜାର ୬୨୩ ଆକ୍ଟିଭ୍ କେସ୍ ରହିଛି । ଆଉ ୬୭ ଜଣଙ୍କୁ ମିଶାଇ କରୋନା ମୋଟ୍ ୫ହଜାର ୩୦୮ ଜୀବନ ନେଲାଣି ।

Leave A Reply

Your email address will not be published.