ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରୁଛନ୍ତି ସରକାର । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୮୨୩ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୩୨୧ ମାମଲା ସ୍ଥାନୀୟ ସଂକ୍ରମଣ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ଓ ଖୋର୍ଦ୍ଧାରୁ ୪୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 16th April
New Positive Cases: 3144
In quarantine: 1823
Local contacts: 1321(Details of local contacts will be shared by concerned Dist Administration)
District Wise Cases:
1. Angul: 49
2. Balasore: 28
3. Bargarh: 156
4. Bhadrak: 51
5. Balangir: 92— I & PR Department, Odisha (@IPR_Odisha) April 17, 2021
ଅନୁଗୁଳରୁ ୪୯ ଜଣ, ବାଲେଶ୍ୱରରୁ ୨୮, ବରଗଡ଼ରୁ ୧୫୬, ଭଦ୍ରକରୁ ୫୧, ବଲାଙ୍ଗିରରୁ ୯୨, ବୌଦ୍ଧରୁ ୭, କଟକରୁ ୧୪୦, ଦେବଗଡ଼ରୁ ୨୧, ଢେଙ୍କାନାଳରୁ ଜଣେ, ଗଜପତିରୁ ୬୭, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୧୮, ଯାଜପୁରରୁ ୭୬, ଝାରସୁଗୁଡ଼ାରୁ ୧୧୯, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୨୮, ଖୋର୍ଦ୍ଧାରୁ ୪୯୭, କୋରାପୁଟରୁ ୧୮, ମାଲକାନଗିରିରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ମୟୂରଭଞ୍ଜରୁ ୬୮, ନବରଙ୍ଗପୁରରୁ ୯୬, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୩୯୫, ପୁରୀରୁ ୧୨୯, ରାୟଗଡ଼ାରୁ ୪୪, ସମ୍ବଲପୁରରୁ ୧୪୯, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୫୨୩ ଓ ଷ୍ଟେଟ ପୁଲରୁ ୧୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୪ ହଜାର ୫୯୪କୁ ବୃଦ୍ଧ ପାଇଥିବା ବେଳେ ଏବେ ୧୯ ହଜାର ୭୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଏବେ ଯାଏ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୩ ହଜାର ୫୨୨ ଜଣ ।
Comments are closed.