Latest Odisha News

BREAKING NEWS

ପୁଣି ବଢ଼ିଲା: ଗୋଟିଏ ଦିନରେ ରାଜ୍ୟରୁ ରେକର୍ଡ ୩୯୯୧ ପଜିଟିଭ୍, ୧୧ ମୃତ

ଭୁବନେଶ୍ୱର: ପ୍ରତିଦିନ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ଗତ ୨୪ ଘଣ୍ଟାରେ ଏଯାଏ ସର୍ବାଧିକ ୩ ହଜାର ୯୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୩୧୫ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୬ ଶହ ୭୬ ।

ଖୋର୍ଦ୍ଧାରୁ ସର୍ବାଧିକ ୬୮୭, କଟକରୁ ୩୯୨, ଯାଜପୁରରୁ ୧୪୮, ବଲାଙ୍ଗିରରୁ ୧୮୯ ନୂଆ ଆକ୍ରାନ୍ତ ବାହାରିଛନ୍ତି । ସେହିପରି ବରଗଡ଼ରୁ ୧୬୯ ପଜିଟିଭ ବାହାରିଥିବା ବେଳେ ମୟୂରଭଞ୍ଜରୁ ୧୬୦, କେନ୍ଦ୍ରାପଡ଼ାରୁ ୧୪୭, କୋରାପୁଟ ୧୨୭ରୁ ସଂକ୍ରମିତ ବାହାରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ଆଉ ୧୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରେ ୧୧୪, ଜଗତସିଂହପୁରରୁ ୧୦୯, ସମ୍ବଲପୁରରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାକି ସବୁ ଜିଲ୍ଲାରୁ ଶହେରୁ କମ୍ ଆକ୍ରାନ୍ତ ବାହାରିଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧କୁ ବୃଦ୍ଧି ପାଇଛି ।

ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୧ ଜୀବନ ନେଇଛି କରୋନା । ଭୁବନେଶ୍ୱରରୁ ୨, କଟକ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ସଂକ୍ରମିତ ହୋଇଛି ।

ଭଦ୍ରକ, ଗଞ୍ଜାମ, କୋରାପୁଟ, ନୟାଗଡ଼, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.