Latest Odisha News

ଅନଲାଇନ କ୍ଲାସ, ମୋବାଇଲ, ଆତ୍ମହତ୍ୟା ?

ଜଲପାଇଗୁରି: ଲକଡାଉନ ପାଇଁ ସ୍କୁଲ କଲେଜ ସବୁ ବନ୍ଦ । ଏଥିପାଇଁ ଛାତ୍ରଛାତ୍ରୀଙ୍କର ଚାଲିଛି ଅନଲାଇନ କ୍ଲାସ । ତେବେ ଏହି ଅନଲାଇନ କ୍ଲାସ ପାଇଁ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗର ଜଣେ କଲେଜ ଛାତ୍ରୀ।

BjdElectrycity

ପଶ୍ଚିମବଙ୍ଗ ରାଜ୍ୟର ଜଲପାଇଗୁରି ଅଞ୍ଚଳରେ ଘଟିଛି ଏକ ଦୁଖଃଦ ଘଟଣା ।ଅନଲାଇନ୍ କ୍ଲାସ ପାଇଁ ସ୍ମାର୍ଟ ଫୋନ ନଥିବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ୨୦ ବର୍ଷୀୟା ଯୁବତୀ ।

ସ୍ଥାନୀୟ ମାଲ କଲେଜର ବିଏ ପ୍ରଥମ ବର୍ଷର ଛାତ୍ରୀ ଥିଲେ ମୃତ ଜୟନ୍ତୀ ବାଉଲି । ସେ ସରିପୁକୁରୀ ଅଞ୍ଚଳର ଡାବ୍ରିପାରା ଗ୍ରାମ ସ୍ଥିତ ନିଜ ଘରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା କହିଛନ୍ତି ଜଣେ ପୋଲିସ ଅଧିକାରୀ ।

ପୋଲିସର ସୂଚନାନୁସାରେ, ମୃତ ପିତା ଅଭିରାମ ବାଉଲି ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ନିଜ ପେଟରୁ କାଟି ବାପା ଅଭିରାମ ଝିଅ କୁ ପାଠ ପଢାଉଥିଲେ ।

“ମୋ ଝିଅ ନିଜର ଅନଲାଇନ୍ କ୍ଲାସ୍ ପାଇଁ ଏକ ସ୍ମାର୍ଟଫୋନ୍ ଚାହୁଁଥିଲା। ମାତ୍ର ମୁଁ ତାକୁ ଫୋନ ଟିଏ କିଣି ଦେବା ପାଇଁ ଅକ୍ଷମ ଥିଲି । ସେଥିପାଇଁ ସେ ବହୁତ ଦୁଃଖୀ ଥିଲେ । କିନ୍ତୁ ମୁଁ ଜାଣି ନଥିଲି ଯେ ସେ ଏପରି କିଛି କରି ବସିବ, ଏହା ମୁଁ ଜାଣି ପାରିଥିଲେ କେଉଁଠୁ ନା କେଉଁଠୁ ଯୋଗାଡ଼ କରି ତା ପାଇଁ ଏକ ଫୋନ୍ କିଣିଥା’ନ୍ତି” ବୋଲି ଝିଅର ମୃତ୍ୟୁରେ ମ୍ରିୟମାଣ ବାପା କହିଛନ୍ତି । ତେବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.