Latest Odisha News

BREAKING NEWS

୨୪ ଘଣ୍ଟା, ୨୨ ଜିଲ୍ଲାରୁ ୬୧୮ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କାୟା ବିସ୍ତାର କରି ଚାଲିଛ କରୋନା । ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୧୮ ନବଆ ଆକ୍ରାନ୍ତ । ୨୨ଟି ଜିଲ୍ଲାରୁ ପଜିଟିଭ୍ କେସ୍ ବାହାରିଛି । କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୭ଟି ।

୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୬ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୦୭, ବାଲେଶ୍ୱରରୁ ୬୧, ଜଗତସିଂହପୁରରୁ ୨୬, ମୟୂରଭଞ୍ଜ ଜିଲ୍ଲାରୁ ୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ନୟାଗଡ଼ରୁ ୧୫, କଟକରୁ ୧୬, ସୁନ୍ଦରଗଡ଼ ୧୫, ଅନୁଗୋଳ ୧୪, ମାଲକାନଗିରି ୧୩, ସମ୍ୱଲପୁର ୧୦, କେନ୍ଦ୍ରାପଡ଼ା ୯, କେନ୍ଦୁଝର, ପୁରୀ ଓ ଯାଜପୁରୁ ୫ ଜଣ ଲେଖାଏଁ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗିର, ବୌଦ୍ଧ ଓ ଢେଙ୍କାନାଳରୁ ଦୁଇ ଜଣ ଲେଖାଏଁ ପଜିଟିଭ୍ କେସ୍ ବାହାରିଥିବା ବେଳେ ରାୟଗଡ଼ା, କୋରାପୁଚ, ଝାରସୁଗୁଡ଼ା ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୮୯୮କୁ ବୃଦ୍ଧି ।

Leave A Reply

Your email address will not be published.