Latest Odisha News

BREAKING NEWS

ଓଡ଼ିଶାରେ ଆହୁରି ଖସିଲା: ଦୈନିକ କରୋନା ସଂକ୍ରମଣ ୬୦୦କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମି କମି ଆସୁଛି । ଦୈନିକ ସଂକ୍ରମଣ ଆଜି ୬୦୦କୁ ଖସିଛି । ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୬୨୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୮୦ ଜଣ ଅଛନ୍ତି ୧୮ ବର୍ଷ ଭିତରେ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୩୬୬ ଆକ୍ରାନ୍ତ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୯ଟି ।

ଆଜି ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୪ ପଜିଟିଭ୍ ବାହାରିଛନ୍ତି । କଟକରୁ ୫୬, ବାଲେଶ୍ୱରରୁ ଆଉ ୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି । ଆଜି ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, ସୁବର୍ଣ୍ଣପୁର ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

୨୪ ଘଣ୍ଟାରେ ରାଜ୍ୟରେ ୫୩ହଜାର ୫୨୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୧୬ ପ୍ରତିଶତ । କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୨ହଜାର ୩୨୩କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୮୬ହଜାର ୩୩୪ ଆକ୍ରାନ୍ତ । ଏବେ ରାଜ୍ୟରେ ୮ହଜାର ୪୪୩ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.