Latest Odisha News

BREAKING NEWS

ଆଜିଠାରୁ ଟୋକିଓ ପାରା ଅଲିମ୍ପିକ୍ସ, ଦମ୍ ଦେଖାଇବେ ଭାରତରୁ ୫୪ ଆଥଲେଟ୍

ଟୋକିଓ: ଆଜିଠି ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସର ୧୬ତମ ସଂସ୍କରଣ । ଆଜି ସନ୍ଧ୍ୟାରେ ଏହାକୁ ଉଦଘାଟନ କରିବେ ଜାପାନ ସମ୍ରାଟ ନାରୁହିତୋ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଯାଏ ଚାଲିବ ପାରା ଅଲିମ୍ପିକ୍ସ । ଶାରୀରିକ ଓ ମାନସିକ ଭାବରେ ଭିନ୍ନକ୍ଷମଙ୍କ ପାଇଁ ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜନ କରାଯାଉଛି । ୧୯୬୦ ମସିହାରୁ ଆୟୋଜିତ ହୋଇ ଆସୁଛି ପାରା ଅଲିମ୍ପିକ୍ସ ।

ଦ୍ୱିତୀୟ ଥର ଟୋକିଓରେ ଆୟୋଜିତ ହେଉଛି ପାରା ଅଲିମ୍ପିକ୍ସ । ଏଥିରେ ୧୬୨ଟି ଦେଶର ଭାଗ ନେଉଛନ୍ତି । ମୋଟ୍ ୪ହଜାର ୫୩୭ କ୍ରୀଡ଼ାବିତ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ୨୨ଟି କ୍ରୀଡ଼ାର ୫୪୦ଟି ଇଭେଣ୍ଟ ଖେଳାଯିବ । ଏଥର ଡାଇକୋଣ୍ଡୋ ଓ ବ୍ୟାଡମିଣ୍ଟନକୁ ପାରା ଅଲିମ୍ପିକ୍ସରେ ସାମିଲ କରାଯାଇଛି ।
ଚଳିତ ପାରା ଅଲିମ୍ପିକ୍ସରେ ଭାରତରୁ ୫୪ ଜଣ କ୍ରୀଡ଼ାବିତ ଭାଗ ନେବେ । ଯାହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଦୌଡ଼କୁଦରେ ଭାରତ ଅଧିକ ପଦକ ଜିତିବା ସମ୍ଭାବନା ରହିଛି । ବ୍ୟାଡମିଣ୍ଟନରେ ଓଡ଼ିଶାର ପ୍ରମୋଦ ଭଗତ ପଦକ ଦାବିଦାର ଅଛନ୍ତି । ୨୦୧୬ ପାରା ଅଲିମ୍ପିକ୍ସରେ ଭାରତ ୨ଟି ସ୍ୱର୍ଣ୍ଣ, ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ନିଜ ନାଁରେ କରିଥିଲା । ଦୌଡ଼କୁଦରୁ ଆସିଥିଲା ୪ଟି ଯାକ ପଦକ ।

Leave A Reply

Your email address will not be published.