Latest Odisha News

BREAKING NEWS

ରାଜ୍ୟରୁ ୨୪ ଘଣ୍ଟାରେ ୭୫୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୫୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୨୧ଟି । ସବୁ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍ ରହିଛି ।

ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୭୦, କଟକରୁ ଆଉ ୬୭ ଓ ସୁନ୍ଦରଗଡ଼ରୁ ସଂକ୍ରମିତ ହୋଇଛନ୍ତି ଆଉ ୫୨ ଜଣ । ବାକି ସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୫୪୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୩ ଲକ୍ଷ ୨ ହଜାର ୭୯୬ ଆକ୍ରାନ୍ତ । ବର୍ତ୍ତମାନେ ୮ ହଜାର ୮୮ଟି ଆକ୍ଟିଭ କେସ ରହିଛି ।

Leave A Reply

Your email address will not be published.