Latest Odisha News

BREAKING NEWS

ରାଜ୍ୟରେ ୧୬ ଶହ ଟପିଲା କରୋନା ଡେଥ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ୧୬ ଶହ ଟପିଲା କରୋନା ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ୯ଟି ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାରେ ବଢୁଛି ମୃତ୍ୟୁସଂଖ୍ୟା । ବିଶେଷ କି ପଶ୍ଚିମ ଓଡ଼ିଶାରେ ବଢୁଛି ଡେଥ୍ କେସ୍ ।

ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେହିପରି କଟକ ଜିଲ୍ଲାରୁ ଆଉ ୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ସମ୍ୱଲପୁର ଜିଲ୍ଲାରୁ ମହାମାରୀରେ ଆଖି ବୁଜିଛନ୍ତି ଦୁଇ ଜଣ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଛନ୍ତି ଦୁଇ ଜଣ ସଂକ୍ରମିତ । ସେହିପରି ଜଗତସିଂହପୁର, ଝାରସୁଗୁଡ଼ା, ପୁରୀ, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଆଉ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ କରୋନାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ ହଜାର ୬୦୮ ଆକ୍ରାନ୍ତ ପ୍ରାଣ ହରାଇଲେଣି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୫୧% । କରୋନାରେ ସଂକ୍ରମିତ ହୋଇଛନ୍ତି ୩ ଲକ୍ଷ ୧୨ ହଜାର ୫୪୫ ଜଣ ।

Leave A Reply

Your email address will not be published.