Latest Odisha News

BREAKING NEWS

ଆଜି କମିଲା: ୨୪ ଘଣ୍ଟାରେ ରାଜ୍ୟରୁ ୮୦୧୫ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଫ୍ଲାଟନିଂ ସ୍ଥିତିରେ କରୋନା ସଂକ୍ରମଣ । କେବେ ବଢୁଛି ତ କେତେବେଳେ ଖସୁଛି । ଗତକାଲି ୧୦ ହଜାର ପାର କରିଥିଲା । ଆଜି ପୁଣି ୮ ହଜାରକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୧୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨ହଜାର ୩୯୮ଟି କମ୍ ପଜିଟିଭ୍ ବାହାରିଛି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୦ହଜାର ୪୧୩ ।

ରାଜ୍ୟରେ ଅଧିକ ସଂକ୍ରମିତ ଜିଲ୍ଲା ଖୋର୍ଦ୍ଧା । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ସର୍ବାଧିକ ୧୨ଶହ ୭୫ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୭୩୫, ଅନୁଗୋଳ ୫୨୫, କଟକରୁ ଆଉ ୪୮୨ ଜଣ ସଂକ୍ରମିତ ହୋଇଛନ୍ତି ।

ସମ୍ୱଲପୁରରୁ ୪୪୧, ବରଗଡ଼ରୁ ୩୯୦, ଝାରସୁଗୁଡ଼ାରେ ୩୮୬, ନବରଙ୍ଗପୁରରୁ ୩୨୦, ପୁରୀରୁ ଚିହ୍ନଟ ହୋଇଛନ୍ତି ୩୦୬ ଆକ୍ରାନ୍ତ । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶହ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ଲକ୍ଷ ୬୨ହଜାର ୬୨୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୩ଲକ୍ଷ ୯୧ହଜାର ୪୮ ଆକ୍ରାନ୍ତ ।

Leave A Reply

Your email address will not be published.