Latest Odisha News

BREAKING NEWS

ରାଜ୍ୟରେ ସାମାନ୍ୟ ବଢିଛି ଦୈନିକ କରୋନା କେସ୍: ୨୪ ଘଣ୍ଟାରେ ୮୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ସାମାନ୍ୟ ବଢ଼ିଛି କରୋନା କେସ୍ । ଗତକାଲି ୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ବାହାରିଛନ୍ତି ୮୯ ପଜିଟିଭ୍ । କ୍ୱାକେଣ୍ଟାଇନରୁ ୫୩ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬ଟି । ଗତକାଲି ୨୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୯ ଜିଲ୍ଲାରୁ ସଂକ୍ରମିତ ବାହାରିଛନ୍ତି ।


ସମ୍ୱଲପୁରରୁ ସର୍ବାଧିକ ୧୯ ପଜିଟିଭ୍ କେସ୍ ବାହାରିଥିବା ବେଳେ ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୯ ଜଣ ଲେଖାଏ ସଂକ୍ରମିତ ହୋଇଛନ୍ତି । ସୁନ୍ଦରଗଡ଼ରେ ଚିହ୍ନଟ ହୋଇଛନ୍ତି ଆଉ ୮ ଆକ୍ରାନ୍ତ । ବାକି ସବୁ ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ୬ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୯୨୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୪ହଜାର ୩୩୩ ଆକ୍ରାନ୍ତ । ଏବେ ରାଜ୍ୟରେ ୬୨୩ଟି କରୋନା ଆକ୍ଟିଭ୍ କେସ୍ ରହିଛି । ରାଜ୍ୟରେ କରୋନା ନେିଚି ୧୯ଶହ ୧୫ ଜୀବନ । କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲା କରୋନା ମୁକ୍ତ ହୋଇଛି ।

Leave A Reply

Your email address will not be published.