Latest Odisha News

BREAKING NEWS

ରାଜ୍ୟରେ ପୁଣି ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୯୯ରେ ପହଞ୍ଚିଛି ।

BjdElectrycity

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବଲାଙ୍ଗିରରୁ ୧, କଟକରୁ ୩, ସୁନ୍ଦରଗଡରୁ ୨, ଗଞ୍ଜାମ ଜିଲ୍ଲାରୁ ୧, ମାଲକାନଗିରିରୁ ୧ ଏବଂ ରାୟଗଡାରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…

ବଲାଙ୍ଗିରରୁ ଜଣେ ୨୮ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।

କଟକରୁ ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଏବଂ ୭୦ ଓ ୫୧ ବର୍ଷ ବୟସ୍କା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମରୁ ଜଣେ ୬୦ ବର୍ଷ ବୟସ୍କଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ମାଲକାନଗିରିରୁ ଜଣେ ୫୩ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।

ରାୟଗଡାରୁ ଜଣେ ୫୧ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।

ସୁନ୍ଦରଗଡରୁ ୫୪ ଓ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତୁ ହୋଇଥିବା ବେଳେ ଦୁହେଁ ଏକାଧିକ ରୋଗରେ ପିଡିତ ଥିଲେ ।

Leave A Reply

Your email address will not be published.