Latest Odisha News

BREAKING NEWS

ବାଇଡେନଙ୍କ ସହ କଥା ହେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ଉପରେ ଜୋରଦାର ହମଲା ଜାରି ରଖିଛି ରୁଷ୍ । ଯୁଦ୍ଧ ଭିତରେ ପାଶ୍ଚାତ୍ୟ ଦେଶକୁ ସହାୟତା ଓ ସହଯୋଗ ମାଗୁଛନ୍ତି ୟୁକ୍ରେନ୍ ରାଷ୍ଚ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫୋନ୍ କରି କଥା ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ।

ଏହି ଆଲୋଚନା ବେଳେ ଜେଲେନସ୍କି ୟୁକ୍ରେନକୁ ଆର୍ଥିକ ସହୟତା ଦେବା ସହ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ । ସେହିପରି ରୁଷ ବିରୋଧରେ ଅଧିକ କଡ଼ା ପ୍ରତିବନ୍ଧକ ଲଗାଇବା ନେଇ ଦୁଇ ନେତା ଆଲୋଚନା କରିଛନ୍ତି ।

ନିକଟରେ ଆମେରିକା ସାଂସଦକୁ ସମ୍ବୋଧନ କରିଥିଲେ ଜେଲେନସ୍କି । ସେତେବେଳେ ସଂକଟଗ୍ରସ୍ତ ଦେଶକୁ ଅଧିକ ସହାୟତା ଦେବା ସହ ରୁଷର ତୈଳ ଆମଦାନୀକୁ ବ୍ଲାକଲିଷ୍ଟ କରିବାକୁ କହିଥିଲେ । ତୈଳ ପ୍ରତିବନ୍ଧକକୁ ହ୍ୱାଇଟ୍ ହାଉସ୍ ମନା କରିଛି ।

ଫେବ୍ରୁଆରୀ ୨୪ ତାରିଖରୁ ରୁଷ୍-ୟୁକ୍ରେନ୍ ଭିତରେ ଘମାଘୋଟ ଯୁଦ୍ଧ ଚାଲିଛି । ଏହାରି ଭିତରେ ୧୧ ଦିନ ହେଲାଣି । ରୁଷକୁ ପାଶ୍ଚାତ୍ୟ ଦେଶରୁ ଅସ୍ତ୍ରଶସ୍ତ୍ର ସହାୟତା ଯୋଗାଇ ଦିଆଯାଉଛି । ଗତ ସପ୍ତାହରେ ଆମେରିକା ୩୫ କୋଟି ଡଲାର ସୈନ୍ୟ ଉପକରଣ ୟୁକ୍ରେନକୁ ଯୋଗାଇ ଦେବାକୁ ମଞ୍ଜୁରୀ ଦେଇଛି ।

Comments are closed, but trackbacks and pingbacks are open.