Latest Odisha News

BREAKING NEWS

ୟୁ.ଏ.ଇ ଓଡ଼ିଶା ସମାଜ ତରଫରୁ ରକ୍ତଦାନ ଶିବିର ଆୟୋଜିତ

ଦୁବାଇ: ୟୁନାଇଟେଡ୍‍ ଆରବ ଏମିରେଟ୍‍ସର ଓଡ଼ିଶା ସମାଜ ଏବଂ ଦୁବାଇ ସ୍ଥିତ ଭାରତୀୟ କନ୍‍ସୁଲେଟ୍‍ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।

ଓଡ଼ିଶା ସମାଜର କର୍ମକର୍ତ୍ତା, ସଦସ୍ୟ ଓ ସ୍ୱେଚ୍ଛାସେବୀ ମାନେ ସ୍ଥାନୀୟ ଲତିଫା ହସ୍‍ପିଟାଲଠାରେ ଆୟୋଜିତ ଏହି ଶିବିରରେ ଖୁବ୍‍ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ବେଶ୍‍ ଉଦ୍ଦୀପନାର ସହିତ ଅଂଶଗ୍ରହଣ କରିଛନ୍ତି।

ଏହି ଶିବିରକୁ ସଂପ୍ରଦାୟ ବ୍ୟାପାର ଓ ଭିସା ଦାୟିତ୍ୱରେ ଥିବା କନ୍‍ସଲ୍‍ ଉତ୍ତମ ଚାନ୍ଦ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ରକ୍ତଦାନକୁ ଏକ ମହତ ଦାନ ବୋଲି ଦର୍ଶାଇ ଶ୍ରୀ ଚାନ୍ଦ, ଯେଉଁମାନେ ରକ୍ତଦାନ କରିଛନ୍ତି। ସେମାନେ ଆମର ସମାଜ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ବୋଲି ଉଲ୍ଲେଖ କରିଥିଲେ। ପ୍ରତ୍ୟେକ ରକ୍ତଦାନକାରୀ ମାନଙ୍କୁ ପୂର୍ବରୁ ଆବଶ୍ୟକୀୟ ସୁସ୍ଥତା ମାନଦଣ୍ଡ ନେଇ ଡାକ୍ତରୀ ପରୀକ୍ଷା ନୀରିକ୍ଷା କରାଯାଇଥିଲା।

ସମଗ୍ର ଆୟୋଜନକୁ ସୁପରିଚାଳନା କରିବାରେ ୟୁ.ଏ.ଇ ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର ଓ ସାଧାରଣ ସମ୍ପାଦକ ପ୍ରୀତିଶ ଦାଶ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ମିଶ୍ର ରକ୍ତଦାନ କରିଥିବାବେଳେ ଶ୍ରୀ ଦାଶ ପ୍ଲେଟ୍‍ଲେଟ୍‍ ଦାନ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.