Latest Odisha News

BREAKING NEWS

ବିସିସିଆଇର ନୂଆ ଫିଟନେସ ଟେଷ୍ଟରେ ୬ ଖେଳାଳି ବିଫଳ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ଫିଟନେସ ଟେଷ୍ଟରେ ୬ଯୁବ ଖେଳାଳି ବିଫଳ ହୋଇଛନ୍ତି । ଖେଳାଳିମାନଙ୍କୁ ୮.୩୦ ମିନିଟରେ ୨କିଲୋମିଟର ଦୌଡିବାକୁ କୁହାଯାଇଥିଲା । ଏହାର ନାମ ୟୋ ୟୋ ଟେଷ୍ଟ ରଖାଯାଇଛି । ଖେଳାଳିମାନେ ଏନସିଏରେ ଏହି ଟେଷ୍ଟ ଦେଇଥିଲେ । ସଞ୍ଜୁ ସାମସନ, ଈଶାନ କିଶାନ, ନୀତିଶ ରାଣା, ରାହୁଲ ତେୱାଟିଆ, ସିଦ୍ଧାର୍ଥ କୌଲ ଓ ଜୟଦେବ ଉନାଡକଟ ଟେଷ୍ଟରେ ବିଫଳ ହୋଇଥିଲେ ମଧ୍ୟ ସେମାନଙ୍କୁ ପୁନର୍ବାର ସୁଯୋଗ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ୨୦ଖେଳାଳିଙ୍କ ଫିଟନେସ ଟେଷ୍ଟ କରାଯାଇଥିଲା । ବୋଲରମାନଙ୍କ ପାଇଁ ୨କିଲୋମିଟର ଦୂରତାକୁ ୮.୧୦ ମିନିଟରେ ଦୌଡିବାକୁ କୁହାଯାଇଥିବା ବେଳେ ବ୍ୟାଟ୍ସମ୍ୟାନ, ସ୍ପିନର ଓ ଉଇକେଟ କିପରଙ୍କୁ ୮.୩୦ ମିନିଟ ସମୟ ଧାର୍ଯ୍ୟ କରାଯାଇଛି । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ କୋଚ ରବି ଶାସ୍ତ୍ରୀ ଏହି ଟେଷ୍ଟ ବାଧ୍ୟତାମୂଳକ ବୋଲି କହିଛନ୍ତି ।

Leave A Reply

Your email address will not be published.