Latest Odisha News

BREAKING NEWS

ଓଡ଼ିଶାରେ ୮୦ ଲକ୍ଷ ପାର କଲା କୋଭିଡ୍ ଟେଷ୍ଟ, ଆଜି ଚିହ୍ନଟ ହେଲେ ୭୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ ସଂକ୍ରମଣ ଏବେ ଶହେ ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୩ଜଣ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୯ଟି । ୧୯ ଜିଲ୍ଲାରୁ ନୂଆ ପଜିଟିଭ୍ ବାହାରିଛନ୍ତି ।

ବରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪ ସଂକ୍ରମିତ ହୋଇଥିବା ବେଳେ ଅନୁଗୋଳରେ ୮, ସମ୍ୱଲପୁରରେ ୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୧୬ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୬ହଜାର ୧୭୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୩ଲକ୍ଷ ୩୩ହଜାର ୪୫୧ ସଂକ୍ରମିତ । ଏବେ ରାଜ୍ୟରେ ୭୬୦ଟି କରୋନା ଆକ୍ଟିଭ୍ କେସ୍ ରହିଛି । ସବୁଠୁ ବଡ଼ କଥା ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୦ଲକ୍ଷ ୨୩ ହଜାର ୯୭୮ଟି କୋଭିଡ୍ ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.