Latest Odisha News

BREAKING NEWS

ଏପ୍ରିଲ୍ ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ମାମଲାରେ ବୃଦ୍ଧି ପରେ ସରକାର ନବମ ଓ ଏକାଦଶ ଶ୍ରେଣୀ ଲାଗି ବିଦ୍ୟାଳୟରେ ପାଠପଢ଼ାକୁ ବନ୍ଦ କରି ଦେଇଛନ୍ତି । ତେବେ ନବମ ଶ୍ରେଣୀ ପରୀକ୍ଷା ହେବା ନା ନାହିଁ ତା’କୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ନବମ ଶ୍ରେଣୀ ପରୀକ୍ଷା ନେଇ ଆସନ୍ତା ୩୦ ତାରିଖ ପରେ ନିଷ୍ପତ୍ତି ହେବ ।

ସରକାର ଚାହୁଁଛନ୍ତି ଛାତ୍ରଛାତ୍ରୀ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦିଅନ୍ତୁ । ଆସନ୍ତା ୩୦ ଯାଏ ନବମ ଶ୍ରେଣୀ ପିଲାଙ୍କ ସ୍କୁଲ ବନ୍ଦ ରହିଛି । ନବମ ଶ୍ରେଣୀ ପିଲାଙ୍କ କୋର୍ସ ପ୍ରାୟ ଅଧା ସରିଯାଇଛି, ଅଳ୍ପ ବାକି ଅଛି । ୩୦ ତାରିଖ ପରେ ପରବର୍ତ୍ତୀ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Leave A Reply

Your email address will not be published.