Latest Odisha News

BREAKING NEWS

ଦକ୍ଷିଣ ଏସିଆରେ ‘ଓଡ଼ିଶା ଟୁରିଜିମ୍’ ପକ୍ଷରୁ ରୋଡ୍ ଶୋ’

ଭୁବନେଶ୍ୱର/ବ୍ୟାଂକକ୍ : ଓଡ଼ିଶା ଟୁରିଜିମ୍ ପକ୍ଷରୁ ଥାଇଲାଣ୍ଡର ବ୍ୟାକକ୍ ଠାରେ ଦ୍ୱିତୀୟ ରୋଡ୍ ଶୋ’ ଆୟୋଜନ ହୋଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଥାଇଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଏବଂ ଫିସି (ଏଫଆଇସିସିଆଇ)ର ମିଳିତ ସହଯୋଗରେ ବ୍ୟାଂକକ୍ ର ହୋଟେଲ୍ ଅନନ୍ତରାଠାରେ ଏହି ରୋଡ୍ ଶୋ’ ଆୟୋଜନ କରିଛି ।

ଥାଇଲାଣ୍ଡରେ ସ୍ଥାପିତ ଭାରତର ଚାର୍ଜ ଡ଼ି’ ଆଫେୟାର୍ସ ଦୂତାବାସ ପକ୍ଷରୁ ଅବଗାନୀ ରାମୁ, ପର୍ଯ୍ୟଟନ ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ ଏବଂ ସଞ୍ଜୟ କୁମାର ଏହି ରୋଡ୍ ଶୋ’ ସମ୍ପର୍କରେ ଏକ ବୈଠକରେ ଆଲୋଚନା କରିଥିଲେ । ଏହି ଅବସରରେ ଆସନ୍ତା ନଭେମ୍ବର ୨୮ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ ସମ୍ପର୍କରେ ସମ୍ୟକ ଆଲୋଚନା ହୋଇଥିଲା ।

ଏହି ବିଟୁବି ବୈଠକରେ ଓଡ଼ିଶାରୁ ହେରିଟେଜ୍ ଟୁର, ସ୍ୱସ୍ତି ଟ୍ରାଭେଲ୍ସ, ଇଷ୍ଟର୍ଣ୍ଣ ଟ୍ରେଜର୍ ଟୁର, ଟ୍ରୋପିକାଲ୍ ଭେକାସନ୍ସ, ଫିଏଷ୍ଟା ହୋଲିଡ଼େସ ଏହି ଆଲୋଚନା ବୈଠକରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ପର୍ଯ୍ୟଟନ ନିର୍ଦ୍ଦେଶକ ପର୍ଯ୍ୟଟନ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ଲାଗି ଓଡ଼ିଶା ସରକାରଙ୍କ ଆଗ୍ରହ, ଆଭିମୁଖ୍ୟ ତଥା ନିଷ୍ଠା ସମ୍ପର୍କରେ ଅବଗତ କରିଥିଲେ । ଏୟାର ଏସିଆ ପକ୍ଷରୁ ଏକ ପ୍ରେଜେଣ୍ଟେସନ ପ୍ରସ୍ତୁତି କରିବା ସହିତ ସୁତ୍ର ଫାଉଣ୍ଡେସନ ତରଫରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ କମିଶନର ତଥା ସଚିବ ବିଶାଲ୍ ଦେବ ଓଡ଼ିଶା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଲାଗି ହେଉଥିବା ଉଦ୍ୟମ ସମ୍ପର୍କରେ ଉଦବୋଧନ ଦେଇଥିଲେ । “ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପକୁ ସରକାର ବିଶେଷ ରୂପେ ଧ୍ୟାନ ଦେଉଛନ୍ତି । ରାଜ୍ୟର ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଲାଗି ଦକ୍ଷିଣ ଏସିଆ ସମେତ ଅନେକ ସ୍ଥାନରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରୋଡ୍ ଶୋ’ର ଆୟୋଜନ ଜାରି ରହିଛି ।”

ଓଡ଼ିଶାର ଭୁବନେଶ୍ୱରଠାରେ ବିଶ୍ୱକପ୍ ହକି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ ବିଶ୍ୱର ବିଭିନ୍ନ ପର୍ଯ୍ୟଟନ ଶିଳ୍ପକୁ ଏଠାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ପର୍ଯ୍ୟଟନ କମିଶନର ଶ୍ରୀ ଦେବ କହିଛନ୍ତି ।

Leave A Reply

Your email address will not be published.