Latest Odisha News

BREAKING NEWS

ବିଶିଷ୍ଟ ଓଲିଉଡ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

କଟକ : ଓଡିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଜଣାଶୁଣା ପ୍ରଯୋଜକ ସୁବାସ ରାଉତଙ୍କ ଦେହାନ୍ତ ଘଟିଛି ।

ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଆଜି ଭୋରରୁ କଟକର ଛତ୍ରବଜାର ସ୍ଥିତ ନିଜ ବାସଭବନରେ ସେ ଇହଲୀଳା ତ୍ୟାଗ କରିଛନ୍ତି ।

ଏଥିସହିତ ସେ ଅନେକ ଦିନରୁ କ୍ୟାନସର ରୋଗରେ ପିଡିତ ଥିବା ସହ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଜଣାପଡିଛି ।

ତେବେ ସୁବାସ ‘ସୁନା ଚଢେଇ’ ଚଳଚ୍ଚିତ୍ର ମାଧ୍ୟମରେ ନିଜର ପ୍ରଯୋଜନା କ୍ୟାରିୟର ଆରମ୍ଭ କରିଥିଲେ ।

ସେହିପରି ଓଡିଆ ଦର୍ଶକ ମାନଙ୍କୁ ସେ ଭେଟି ଦେଇଥିବା ସୁପରହିଟ ସିନେମା ଗୁଡିକ ହେଲା- ସୁନାପଞ୍ଜୁରି, ଲକ୍ଷ୍ମଣରେଖା, ଜୀବନସାଥୀ, ଭାଗ୍ୟ ହାତରେ ଡୋରି, ସିଂହବାହିନୀ ଓ ସନ୍ତାନ ଆଦି ।

ତାଙ୍କ ବିୟୋଗରେ ଓଲିଉଡ ଇଣ୍ଡଷ୍ଟ୍ରି ସମେତ ସିନେପ୍ରେମୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.