Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିସମୟ ପୂର୍ବରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛନ୍ତି ।

ଆଜି ମଧ୍ୟ ମୋଦି ଓଡ଼ିଶାର ତାଳଚେରଠାରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଫଳକ ଉନ୍ମୋଚନ ପୂର୍ବକ ଶୁଭାରମ୍ଭ କରିବେ । କୋଇଲା ବାଷ୍ପୀକରଣ ଆଧାରିତ ସାର ଉତ୍ପାଦନ ୟୁନିଟ ଭାବେ ଏହା ହେବ ଦେଶର ପ୍ରଥମ କାରଖାନା । ସାର ବ୍ୟତୀତ ଏହି ପ୍ଲାଂଟରୁ ପ୍ରାକୃତିକ ଗ୍ୟାସ ଉତ୍ପାଦନ ହେବ, ଯଦ୍ଦ୍ୱାରା ଏହା ଦେଶର ଇନ୍ଧନ ଆବଶ୍ୟକତା ଦିଗରେ ମଧ୍ୟ ଯୋଗଦାନ କରିବ ।

 

 

ପ୍ରଧାନମନ୍ତ୍ରୀ ଏହାପରେ ଝାରସୁଗୁଡ଼ା ଗସ୍ତ କରିବେ, ସେଠାରେ ସେ ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନ କରିବେ । ଏହି ବିମାନ ବନ୍ଦର ପଶ୍ଚିମ ଓଡ଼ିଶାକୁ ଭାରତର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନିତ କରିବ ଏବଂ ଉଡ଼ାନ୍ ଯୋଜନା ଅଧୀନରେ ଆଞ୍ଚଳିକ ବିମାନ ଯୋଗାଯୋଗ ସେବା ପ୍ରଦାନ କରିବ ।

Leave A Reply

Your email address will not be published.