Latest Odisha News

BREAKING NEWS

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା; ଦକ୍ଷିଣ ପୂର୍ବ ରେଳବାଇ ଜାରି କଲା ମୃତ୍ୟୁ ସଂଖ୍ୟା, ଟ୍ରାକ୍ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି। ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ସରକାରୀ ସୂଚନା ଆନୁସାରେ ଦୁର୍ଘଣଟାରେ ପ୍ରାୟ ୯୦୦ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଗୋପାଳପୁର,ଖନ୍ତାପଡ଼ା, ବାଲେଶ୍ୱର, ଭଦ୍ରକ ଏବଂ ସୋର ଡାକ୍ତରଖାନାକୁ ନିଆଯାଇଛି।

ଏପଟେ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କାର୍ଯ୍ୟା ଶେଷ ହୋଇଥିବା ବେଳେ ରେଳ ଟ୍ରାକ୍ ପୁନୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ପୁନୁରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ରେଳବାଇ ବୋର୍ଡ ଚେୟାର ମ୍ୟାନ୍‌ କଟକ ହସ୍‌ପିଟାଲ୍‌ରେ ଆହତଙ୍କ ଚିକିତ୍ସା କଥା ବୁଝୁଥିବା ବେଳେ ରେଳ ବୋର୍ଡର ହେଲ୍ଥ ଡିଜି ବାଲେଶ୍ୱରର ହସ୍‌ପିଟାଲ୍‌ରେ ରହି ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ଟାରେ ଦୁର୍ଘଟଣା ହୋଇଛି। ଦୁଇଟି ଟ୍ରେନ୍‌ରେ ୧୭ଟି କୋଚ୍‌ ନଷ୍ଟ ଲାଇନ ଚ୍ୟୁତ୍ ହୋଇ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାପି ହୋଇ ରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ୭ ଏନ୍‌ଡିଆର୍‌ଏଫ୍ ଟିମ୍‌, ୫ ଓଡ୍ରାଫ୍ ୟୁନିଟ ଓ ୨୪ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ୟୁନିଟ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।

ସହିପରି ଚିକିତ୍ସା କ୍ଷେତ୍ରରରେ ୧୦୦ ମେଡିକାଲ ଟିମ୍ ସହ ପାରାମେଡିକାଲ ଷ୍ଟାଫ୍‌ ଚିକିତ୍ସା କାର୍ଯ୍ୟରେ ଲାଗିଛନ୍ତି। ୨୦୦ରୁ ଅଧିକ ଆମ୍ବୁଲାନ୍ସ, ସୋରୋ, ବାଲେଶ୍ୱର, ଭଦ୍ର ଓ କଟକ ହସ୍‌ପିଟାଲ୍‌ରେ ଆହତଙ୍କୁ ନେବାଆଣିବା କାର୍ଯ୍ୟ ଲାଗିଛନ୍ତି। ୩୦ ବସ୍ ମଧ୍ୟ ଫସି ରହିଥିବା ଯାତ୍ରୀଙ୍କ ନେବା ଆଣିବା କାମରେ ଲାଗିଛନ୍ତି। ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଯେଉଁ ଯାତ୍ରାମାନେ ଫସି ରହିଛନ୍ତି ସେମାନଙ୍କ ମାଗଣା ପରିବହନ ସେବା ଯୋଗାଇ ଦେଉଛନ୍ତି ଓଡ଼ିଶା ସରକାର। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.