Latest Odisha News

BREAKING NEWS

ଏବେ ଅନଲାଇନରେ ମିଳିଯିବ ସାର୍ଟିଫିକେଟ୍ ସହିତ ମାର୍କସିଟ୍ !

ଭୁବନେଶ୍ୱର: ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କରେ ଏବେ ସାର୍ଟିଫିକେଟ ଓ ମାର୍କସିଟ୍ ଲାଗି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗରେ ଛିଡ଼ା ହେବାକୁ ପଡ଼ିବନି । ଏବେ ସମସ୍ତ ୟୁନିଭର୍ସିଟି ମାର୍କସିଟ୍ ଏବଂ ସାର୍ଟିଫିକେଟ ଅନଲାଇନରେ ମିଳିଯିବ ।

ଆସନ୍ତା ଶିକ୍ଷାବର୍ଷ ଠାରୁ ଅନଲାଇନ ମାଧ୍ୟମରେ ୟୁନିଭର୍ସିଟି ଗୁଡ଼ିକର ସମସ୍ତ ପ୍ରମାଣପତ୍ର, ମାର୍କସିଟ, ଡ଼ିଗ୍ରୀ ସାର୍ଟିଫିକେଟ, ପ୍ରୋଭିଜନାଲ୍ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ ତଥା ଡୁପ୍ଲିକେଟ ମାର୍କସିଟ୍ ଅନଲାଇନ୍ ଜରିଆରେ ମିଳିଯିବା ନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ହେବାକୁ ଯାଉଥିବା ସୂଚନା ମିଳିଛି ।

ଗଣମାଧ୍ୟମରେ ପ୍ରକାଶିତ କେତେକ ଖବର ଅନୁଯାୟୀ, ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ କେନ୍ଦ୍ର ସହିତ ଯୋଗାଯୋଗ କରି ଜିଏମସିଆଇ ମାଧ୍ୟମରେ ଅନଲାଇନ ସୁବିଧା ଦେବାକୁ ପ୍ରଚେଷ୍ଟା କରୁଛନ୍ତି ।

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଉତ୍ତୀର୍ଣ୍ଣ ପ୍ରମାଣ ପତ୍ର ଏବଂ ମାର୍କସିଟ ଦେବାରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ଗୁଡ଼ିକ ଉପରେ ନ୍ୟସ୍ତ ରହିଥିଲା, ଏବେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅଧିକ ସୁବିଧାରେ ଏହା ପାଇପାରିବେ ।

ଏହାବ୍ୟତୀତ, ଆଡ଼ମିଶନ ପ୍ରକ୍ରିୟା ଏବଂ ପିଏଚଡ଼ି ସନ୍ଦର୍ଭର ପରୀକ୍ଷା ଗୁଡ଼ିକ ମଧ୍ୟ ଅନଲାଇନ୍ ମାଧ୍ୟରେ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.