Latest Odisha News

ଟ୍ରେନ ଭିତରେ ଆପଣଙ୍କୁ ମିଳିବ ମାଗଣା ‘ୱାଇଫାଇ’, ଜାଣନ୍ତୁ କେବେଠୁ ପାଇବେ ଏହି ସୁବିଧା !

ନୂଆଦିଲ୍ଲୀ: ବିଭିନ୍ନ ରେଳବାଇ ପ୍ଲାଟଫର୍ମରେ ଆପଣ ରେଲୱେ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ପାଇପାରୁଛନ୍ତି । କେବଳ ପ୍ଲାଟଫର୍ମ ନୁହେଁ ଆଉ କିଛିଦିନ ପରେ ଆପଣ ଟ୍ରେନ ଭିତରେ ମଧ୍ୟ ଏହି ୱାଇଫାଇ ସୁବିଧା ପାଇପାରିବେ । ଏସମ୍ପର୍କରେ ବୁଧବାର ଦିନ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ୍ ସୂଚନା ପ୍ରଦାନ କରିଛନ୍ତି ।

ଭାରତୀୟ ରେଳବିଭାଗର ସୂଚନାନୁଯାୟୀ, ସମଗ୍ର ଦେଶର ପ୍ରାୟ ପାଞ୍ଚହଜାର ରେଲୱେ ଷ୍ଟେସନରେ ମାଗଣା ୱାଇଫାଇ ସୁବିଧା ଯାତ୍ରୀମାନଙ୍କୁ ଯୋଗାଇଦିଆଯାଉଛି । ଅବଶ୍ୟ ଟ୍ରେନ ମଧ୍ୟରେ ୨୪ ଘଣ୍ଟା ଏହି ସୁବିଧା ଯୋଗାଇଦେବା ଏକ ବ୍ୟୟବହୁଳ କାର୍ଯ୍ୟ, କିନ୍ତୁ କେନ୍ଦ୍ରସରକାରଙ୍କ ରେଳ ମନ୍ତ୍ରଣାଳୟ ଏହି ସୁବିଧା ଯାତ୍ରୀମାନଙ୍କ୍ୁ ଯୋଗାଇଦେବାକୁ ଚିନ୍ତା କରୁଛନ୍ତି ।

ରେଳମଧ୍ୟରେ ହେଉଥିବା ଅପରାଧକୁ ରୋକିବାକୁ ହେଲେ ସିସିଟିଭିର ଆବଶ୍ୟକତା ଜରୁରୀ ହୋଇପଡ଼ିଛି । ଟ୍ରେନ ମଧ୍ୟରେ ୱାଇଫାଇ ସୁବିଧା ଯୋଗାଇ ଦିଆଗଲେ ସିସିଟିଭି ମଧ୍ୟ ୨୪ ଘଣ୍ଟା କାର୍ଯ୍ୟକାରୀ ହୋଇପାରିବ ଏବଂ ଘଟୁଥିବା ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକୁ ରୋକାଯାଇପାରିବ ।

କେନ୍ଦ୍ର ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆସନ୍ତା ତିନି ଚାରି ବର୍ଷ ଭିତରେ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇଦିଆଯିବାକୁ ବିଭାଗ ପକ୍ଷରୁ ଯୋଜନା ଚାଲିଛି ।

Leave A Reply

Your email address will not be published.