Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବଇଁଚ ଆରଆଇ; ୧୦ ହଜାର ନେଇ ଗିରଫ

ବାଲେଶ୍ୱର: ଶିଶୁ ମୃତ୍ୟୁର ଦୁର୍ଘଟଣା ଜନିତ କ୍ଷତିପୂରଣ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ବଇଁଚ (ରାଜସ୍ୱ ଅଧୀକ୍ଷକ) ଆରଆଇ ଡଲି ସେଠୀ ଧରାପଡ଼ିଛନ୍ତି । ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଅପରାହ୍ନରେ ତାଙ୍କୁ ଗିରଫ କରିଛି । ଗତ ଏପ୍ରିଲ ୧୨ ତାରିଖରେ ଅଭିଯୋଗକାରୀଙ୍କ ଶିଶୁପୁତ୍ର(୩.୫ ବର୍ଷ୦ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ ।

ସରକାରୀ ନିୟମ ଅନୁସାରେ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇବା ପାଇଁ ଏହି ଅଘଟଣର ତଦନ୍ତ କରି ରିପୋର୍ଟ ଦେବାକୁ ଆରଆଇ ଡଲି ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇବା ପରେ ମଙ୍ଗଳବାର ଅପରାହ୍ନରେ ଓଡ଼ିଶା ଭିଜିଲାନ୍ସ ଆରଆଇ ଡଲି ସେଠୀଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛି।

ସମସ୍ତ ଲାଞ୍ଚ ଅର୍ଥ ଡଲି ସେଠୀଙ୍କ ଠାରୁ ଜବତ ହେବା ସହ ତାଙ୍କର ଦୁଇଟି ଘରେ ଭିଜିଲାନ୍ସ ଚଢ଼ଉ କରିଛି ।

ଆଗକୁ ଅଧିକ ତଥ୍ୟ ଆଶା କରାଯାଉଛି ।

Comments are closed.