Latest Odisha News

BREAKING NEWS

ଟଙ୍କା ଆତ୍ମସାତ କରିଥିବା ସହକାରୀ ଟିକସ ଅଧିକାରୀ ହାଇଦ୍ରାବାଦରୁ ଭିଜିଲାନ୍ସ ଦ୍ବାରା ଗିରଫ

ଭୁବନେଶ୍ୱର: ଭିଜିଲାନ୍ସ ମଙ୍ଗଳବାର ଢେଙ୍କାନାଳ ପୌରପାଳିକାର ସହକାରୀ ଟିକସ ଆୟକର ଅଧିକାରୀ ସନ୍ତୋଷ କୁମାର ରାଉଳଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି।

ସନ୍ତୋଷ ରାଉଳଙ୍କ ନାଁରେ ଗତ ୬ ମାସ ମଧ୍ୟରେ ୭୭ ଲକ୍ଷ ୯୪ ହଜାର ୭୦୯ ଟଙ୍କା ଆତ୍ମସାତ୍ ଅଭିଯୋଗ ରହିଛି। ମୋବାଇଲ୍ ସିମ୍ କାର୍ଡ ବଦଳାଇବା ସହ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ସେ ଗିରଫଦାରୀରୁ ବର୍ତ୍ତି ଯାଉଥିଲା।

ଏକ ଭିଜିଲାନ୍ସ ଟିମ୍ ମୋବାଇଲ ଟ୍ରାକିଂ ସିଷ୍ଟମ ମାଧ୍ୟମରେ ରାଉଳଙ୍କ ଗତିବିଧି ଉପରେ ନଜର ରଖି ଅକ୍ଟୋବର ୧ ତାରିଖରେ ତାଙ୍କୁ ଗିରଫ କରିଥିଲା। ସୋମବାର ତାଙ୍କୁ ହାଇଦ୍ରାବାଦ କୋର୍ଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ କଟକ ଅଣାଯାଇଛି। ବୁଧବାର ତାଙ୍କୁ କଟକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ।

ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଆଉ କେତେଜଣ ଗିରଫ ହୋଇପାରନ୍ତି ସେନେଇ ଆଶଙ୍କା ପ୍ରକାଶ ପାଇଛି।

Comments are closed.