ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆଜି ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।
ଆଜି ବଲାଙ୍ଗିରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୋନପୁର ଓ ସମ୍ବଲପୁରରେ ୪୩ ଡିଗ୍ରୀ ରହିଛି । ବୌଦ୍ଧ ଓ ସୁନ୍ଦରଗଡ଼ରେ ତାପମାତ୍ରାରେ ୪୨.୮ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ନୂଆପଡ଼ା ଓ ବରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ରହିଛି ।
ଆଗାମୀ ଦୁଇଦିନ କାଳବୈଶାଖୀ ପ୍ରଭାବ ହେତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଦିନ ତାପମାତ୍ରା ୪୨°C କିମ୍ବା ଅଧିକ ରେକର୍ଡ ହେବାର ସମ୍ଭାବନା ଥିବାବେଳେ ପରବର୍ତୀ ସମୟରେ ପୁଣି କାଳବୈଶାଖୀ ପ୍ରକ୍ରିୟାରେ ସାମାନ୍ୟ ନିଷ୍କ୍ରିୟତା ହେତୁ କିଛି କିଛି ସ୍ଥାନରେ ପୁଣି ୪୨ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହେବ ସମ୍ଭାବନା |
— Meteorological Centre, Bhubaneswar (@mcbbsr) May 19, 2023
ଆଗାମୀ ୫ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଆଗାମୀ ୨ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିପାରେ ।
ସେହିଭଳି ଆସନ୍ତାକାଲି କାଳବୈଶାଖୀ ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । କାଳବୈଶାଖୀ ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।
#ଅଗ୍ରସର ହେଉଛି #ମୌସୁମୀ !! ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ନିକୋବର ଦ୍ୱୀପ ଅଞ୍ଚଳକୁ ଆଜି ଅଗ୍ରସର ହେଲା ମୌସୁମୀ pic.twitter.com/lzjrWjhVAP
— Meteorological Centre, Bhubaneswar (@mcbbsr) May 19, 2023
ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ନିକୋବର ଦ୍ୱୀପ ଅଞ୍ଚଳକୁ ଆଜି ମୌସୁମୀ ବାୟୁ ଅଗ୍ରସର ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
Comments are closed.