Latest Odisha News

BREAKING NEWS

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ରାଜସ୍ଥାନ ସମ୍ମୁଖରେ ୧୮୮ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ଧର୍ମଶାଳା: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଚଳିତ ଆଇପିଏଲରେ ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୮୮ ରନର ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ଟସ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୫୦ ରନରେ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା । ପ୍ରଭସିମରନ ସିଂ ୨, ଶିଖର ଧାୱନ ୧୭, ଅର୍ଥବ ଟାଇଡେ୧୯ ଓ ଲିୟାମ ଲିଭିଂଷ୍ଟୋନ ୯ ରନ କରିଥିଲେ । ମାତ୍ର ଏହା ପରେ ସାମ କୁରାନ ୩୧ ବଲରୁ ୪୯, ଜିତେଶ ଶର୍ମା ୨୮ ବଲରୁ ୪୪ ଓ ଶାହାରୁଖ ଖାଁ ୨୩ ବଲରୁ ୪୧ ରନ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ପଞ୍ଜାବ ୨୦ ଓଭରରେ ୫ ୱିକେଟ ହରାଇ ୧୮୭ ରନ କରିବାକୁ ସକ୍ଷମ ହୋଇଥିଲା । ଶାହାରୁଖ ଓ କୁରାନ ଅପରାଜିତ ରହିଥିଲେ ।

ନବଦୀପ ସୈନୀ ରାଜସ୍ଥାନ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଆଡାମ ଜାମ୍ପା ଓ ଟ୍ରେଂଟ ବୋଲ୍ଟ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଚଳିତ ଆଇପିଏଲରେ ଉଭୟ ରାଜସ୍ଥାନ ଓ ପଞ୍ଜାବର ପ୍ରଦର୍ଶନ ସେତେଟା ସନ୍ତୋଷଜନକ ରହିନାହିଁ । ଉଭୟ ଟିମ ୧୩ଟି ମ୍ୟାଚରୁ ୧୨ ପଂଏଟ ହାସଲ କରିଛନ୍ତି । ପ୍ରାୟତଃ ଏହି ୨ଟି ଟିମ ପ୍ଲେ ଅଫ ଦୌଡରୁ ବାଦ ପଡିଥିଲେ ମଧ୍ୟ ଅନ୍ୟ ଟିମଗୁଡିକର ଫଳାଫଳକୁ ଆଶା କରି ରହିଛନ୍ତି ।

Leave A Reply

Your email address will not be published.