Latest Odisha News

ତ୍ରିପୁରାରେ ଓଡ଼ିଆ ସାମ୍ବାଦିକାଙ୍କୁ ଅଟକ

ଭୁବନେଶ୍ୱର: ତ୍ରିପୁରାରେ ଓଡ଼ିଆ ସାମ୍ବାଦିକାଙ୍କୁ ଅଟକ । ତ୍ରିପୁରାରେ ଓଡ଼ିଆ ସାମ୍ବାଦିକା ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖାଯାଇଛି । ଅଟକ ଓଡ଼ିଆ ସାମ୍ବାଦିକା ଜଣକ ହେଲେ ଝାରସୁଗୁଡ଼ାର ସମୃଦ୍ଧି କେ .ସାକୁନିଆ ଓ ତାଙ୍କ ସହଯୋଗୀ ଦିଲ୍ଲୀ ରୋହିଣୀ ଅଞ୍ଚଳର ସ୍ୱର୍ଣ୍ଣ ଝା ।

ଦିଲ୍ଲୀର ଏକ ନ୍ୟୁଜ୍‌ ପୋର୍ଟାଲରେ କାର୍ଯ୍ୟ କରୁଥିବା ସାକୁନି‌ଆ ଓ ତାଙ୍କ ସହଯୋଗୀ ସ୍ୱର୍ଣ୍ଣ ଝା ରିପୋର୍ଟିଂ ପାଇଁ ତ୍ରିପୁରା ଯାଉଥିଲେ । ଗୌହାଟି ଅଭିମୁଖେ ଯାତ୍ରା କରୁଥିବାବେଳେ ଆସାମର କରିମଗଞ୍ଜରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । ଏହା ପୂର୍ବରୁ ହିଂସାକୁ ଉସୁକାଇବା ଅଭିଯୋଗରେ ନୋଟିସ ଜାରି କରିଥିଲା ।କାର୍ଯ୍ୟନ୍ୟସ୍ତ ସାମ୍ବାଦିକା ବୋଲି ଦାବି କରୁଥିବା ଉ‌ପରୋକ୍ତ ଦୁଇ ତରୁଣୀଙ୍କ ବିରୋଧରେ ରବିବାର ଦିନ ତ୍ରିପୁରା ପୁଲିସ ନୋଟିସ ଜାରି କରିଥିଲା। ପରେ ଗୌହାଟି ଯାଉଥିବା ବେଳେ ଦକ୍ଷିଣ ଆସାମର କରିମଗଞ୍ଜରେ ସେମାନଙ୍କୁ ଅଟକ ରଖାଯାଇଥିଲା।  କିନ୍ତୁ, ସାମ୍ବାଦିକା ଭାବେ କାର୍ଯ୍ୟନ୍ୟସ୍ତ କରିଥିବା କ‌ୌଣସି ଗଣମାଧ୍ୟମ ସଂଗଠନରୁ ପ୍ରାପ୍ତ ପରିଚୟ ପତ୍ର ସେମାନେ ପୁଲିସକୁ ଦେଖାଇ ପାରି ନ ଥିଲେ ।  ସେମାନଙ୍କୁ ଆସାମ ପୁଲିସ ଠାରୁ ଆଣିବା ପରେ ତ୍ରିପୁରା ପୁଲିସ କହିଛି ।

ସେମାନଙ୍କ ନାମରେ ଗୋମତି ଜିଲ୍ଲା ଅନ୍ତର୍ଗତ କକ୍ରବନ ଥାନାରେ ‘ଆଇପିସି’ ଧାରା ୧୫୩ କ  ଏବଂ ଧାରା ୧୨୦ ଖ ଅଧୀନରେ ମାମଲା ରୁଜୁ କରାଯାଇଛି । ତେଣୁ, ଅଗରତାଲାରେ ବୟାନ ଦେବା ପାଇଁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି ।

ହୋଟେଲ୍‌ରେ ରେକର୍ଡ ହୋଇଥିବା ତଥ୍ୟାବଳୀକୁ ଆଧାର କରି ପୁଲିସ କହିଛି, ହୋଟେଲ୍‌ରେ ରହିବା ପାଇଁ ଦୁହେଁ, ଛାତ୍ରୀ ବୋଲି ପରିଚୟ ଦେବା ସହ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା କଥା କହିଥିଲେ । ଏଥିରୁ ‌ସନ୍ଦେହ ହେବାରୁ ‘ଆଇପିସି’ ଧାରା ଅନୁଯାୟୀ ନୂଆ ମାମାଲା ରୁଜୁ କରି ତଦନ୍ତ କରାଯାଇଛି ।

ଟ୍ୟାକ୍ସିରେ ଯାତ୍ରା କରୁଥିବା ଦୁଇ ତରୁଣୀ ଅଗରତାଲା ଯିବା ପରିବର୍ତ୍ତେ ରବିବାର ଦିନ କୁମାରଘାଟ ଯାଇ ସେଠାରୁ ଦକ୍ଷିଣ ଆସାମରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଧରା ନ ପଡ଼ିବାକୁ ଦୁହେଁ ଚୁରାଇବାରି ଦେଇ ଆନ୍ତଃରାଜ୍ୟ ସୀମା ପାରି ହୋଇଥିଲେ ବୋଲି ପୁଲିସ କହିଛି ।

Leave A Reply

Your email address will not be published.