Latest Odisha News

BREAKING NEWS

ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ । ନିର୍ବାଚନ ବେଳେ ରାଜନୈତିକ ଦଳମାନେ ସେମାନଙ୍କ ପ୍ରଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତି କରି ସେମାନଙ୍କ ନାମ ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ । ଭୋଟିଂ ବେଳେ ବିଭିନ୍ନ ଦଳର ଜିଲ୍ଲା ପରିଷଦ ସଭ୍ୟମାନେ ନିଜ ଦଳ ତରଫରୁ ପ୍ରଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ୍ ଦେବେ । ଭୋଟିଂ ସମୟ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଯେଉଁମାନେ ବୁଥରେ ଥିବେ ସେମାନଙ୍କୁ ଚିରକୁଟ ଦିଆଯିବ । ସେମାନେ ଲାଇନରେ ଛିଡା ହୋଇ ଭୋଟ୍ ଦେବେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପୋଲିଂ କର୍ମଚାରୀ ନିଜ ସ୍ଥାନରେ ପହଞ୍ଚି ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ମତଦାନ ହେବ ବୋଲି ସୂଚନା ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟ୍ ଗ୍ରହଣ ବେଳେ ହିଂସାକୁ ନଜରରେ ରଖି ରାଜ୍ୟ ନିର୍ବାଚନ କମିଶନ ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

Comments are closed.