Latest Odisha News

BREAKING NEWS

ପ୍ରଥମ ଓଡ଼ିଆ ଭାବେ ଜାତୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ ହେଲେ ଚିତ୍ତରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସଡି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି।

BjdElectrycity

ଉଭୟ ବଲିଉଡ୍ ଓ ଓଲିଉଡରେ ସଫଳ କ୍ୟାରିୟର୍ କରିଥିବା ଚିତ୍ତରଞ୍ଜନ ତ୍ରିପାଠୀ ଜଣେ ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ। ତାଙ୍କର ବହୁମୁଖୀ ପ୍ରତିଭା ଏବଂ ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରିବାର ଦକ୍ଷତା ପାଇଁ ସେ ବେଶ୍ ପରିଚିତ।

ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିଯୁକ୍ତି ଓଡ଼ିଆ ଚଳଚ୍ଚିତ୍ର ଓ ନାଟ୍ୟ ଜଗତ ପାଇଁ ଏକ ଉଲ୍ଲେଖନୀୟ ସଫଳତା। ଓଡ଼ିଆ କଳାକାରଙ୍କ ପ୍ରତିଭା ଓ ସମ୍ଭାବନାର ଏହା ଏକ ପ୍ରମାଣ।

ତ୍ରିପାଠୀ ଏନଏସଡିକୁ ଏକ ନୂତନ ଶିଖରରେ ପହଞ୍ଚାଇବେ ଏବଂ ଏହାକୁ ଥିଏଟର ଏବଂ ପ୍ରଦର୍ଶନ କଳା ପାଇଁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବେ ବୋଲି ସମସ୍ତଙ୍କ ଆଶା ଆଉ ବିଶ୍ବାସ।

Leave A Reply

Your email address will not be published.